www.samajalive.in
Saturday, December 13, 2025
27.1 C
Bhubaneswar

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ ଆଞ୍ଚଳିକ ଯୁବ ସଂସଦ

ପାଟଣା: ଶନିବାର ଦିନ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଡ଼ିଗ୍ରୀ ମହାବିଦ୍ୟାଳୟ ଓ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆଞ୍ଚଳିକ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା କୃଷି ଅଧିକାରୀ ଦୀନବନ୍ଧୁ ସାହୁ ଓ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ଅଫ ଇଣ୍ଡିଆର ଏଫ୍.ଏଲ୍.ସି.ସି ପିତବାସ ମହାପାତ୍ର ଏବଂ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶିରପାଣି ନାଏକ ଯୋଗଦେଇ ଯୁବଶକ୍ତିକୁ ଦିଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମର ପରିଚାଳିକା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବସୁନ୍ଧରା ସାହୁ ଯୁବକମାନଙ୍କ ମଧ୍ୟରେ କିଭଳି ନେତୃତ୍ୱ ବିକାଶ କରାଯାଇ ପାରିବ ଏବଂ ସେମାନଙ୍କ ମଧ୍ୟରେ ମୌଳିକ ଅସୁବିଧା ସଂସଦରେ ଉପସ୍ଥାପିତ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ସଭାରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ, ସମ୍ମାନିତ ବକ୍ତା ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିରାକାର ସ୍ୱାଇଁ ଏବଂ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୈତାରି ମହାନ୍ତ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ସ୍ବେଚ୍ଛାସେବୀ ସୁଶ୍ରୀ ତରୁଲତା ନାଏକ, ରୂନା ନାଏକ, ଗୌରହରି ନାଏକ, ଧରିତ୍ରୀ ପଲେଇ, ମୋହନ ନାଏକ, ଗଜେନ୍ଦ୍ର ମହାନ୍ତ, ମଦନିକା ମହାନ୍ତ ଓ ପ୍ରାଶାସନିକ ସହାୟକ ଅନାମ ନାଏକ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଭାବେ +୨ର ପଲ୍ଲବୀ ମହାରଣା ଓ +୩ର ବାସନ୍ତୀ ସୋରେନ୍, ଦ୍ଵିତୀୟ +୨ ପୁରସ୍କାର ଚନ୍ଦନ ନାୟକ ଓ +୩ ରୀମା ନାୟକ, ସିପୁ ବାରିକ୍, ବର୍ଷାରାଣୀ ନାୟକ, ଅନନ୍ୟା ସାହୁଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories