ୟୁକ୍ରେନରୁ ଉଦ୍ଧାର ପାଇଁ କୃଷି ଅଧିଦର୍ଷକଙ୍କ ନିବେଦନ

ପାଟଣା: ପାଟଣା କୃଷି ବିଭାଗରେ କାର୍ଯ୍ୟରତ ଜମୁନାପଶି କୃଷି ଅଧିଦର୍ଶକ ସୁକାନ୍ତ କୁମାର ବିଶ୍ବାଳଙ୍କ ପୁଅ ସ୍ଵାଧୀନ କୁମାର ବିଶ୍ବାଳ (୨୧) ୟୁକ୍ରେନରେ ରହିଯାଇଥିବାରୁ ଯୁଦ୍ଧ କବଳିତ ୟୁକ୍ରେନରୁ ତାଙ୍କ ପୁଅକୁ ଉଦ୍ଧାର କରି ଓଡ଼ିଶା ଫେରାଇ ଅଣାଯିବାକୁ ଶ୍ରୀ ବିଶ୍ବାଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୃଷି ଅଧିଦର୍ଶକ ଶ୍ରୀ ବିଶ୍ବାଳଙ୍କ ପୁଅ ସ୍ଵାଧୀନ ୟୁକ୍ରେନର ଖାରକିଭ ନ୍ୟାସନାଲ ମେଡିକାଲ ବିଶ୍ଵବିଦ୍ୟାଳୟରେ ଡାକ୍ତରୀ ପାଠ ପଢ଼ୁଛନ୍ତି। ଗୁରୁବାର ଠାରୁ ସେ ପୁଅ ସହ ଯୋଗାଯୋଗ କରିପାରୁ ନଥିବା ଜଣାପଡିଛି। ମୂଳ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଖଜୁରିଆକଟା ବାସିନ୍ଦା ଶ୍ରୀ ବିଶ୍ବାଳ ପାଟଣା ବ୍ଲକ ଖିରେଇଟାଙ୍ଗିରୀରେ ସପରିବାରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି।

Comments are closed.