ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳରେ ପଞ୍ଚାୟତିରାଜ ନିର୍ବାଚନରେ ସାମ୍ଭାବ୍ୟ ଗଣ୍ଡଗୋଳକୁ ଏଡ଼ାଇବା ଓ ଶାନ୍ତି ଶୃଙ୍ଖଳାରର ନିର୍ବାଚନ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ନିଜର ଉପସ୍ଥିତି ଜାହିର ସ୍ୱରୂପ ତୁରୁମୁଙ୍ଗା ପୁଲିସ ଆଜି ଥାନା ଅଞ୍ଚଳରେ ବିଭିନ୍ନ ପ୍ରମୁଖ ସ୍ଥାନ ଓ ବଜାର ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି। ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାୟକ, ସବଇନ୍ସପେକ୍ଟର ବଳିଆ ବାରିକ ପ୍ରମୁଖଙ୍କ ସହ ୧ ପ୍ଲାଟୁନ ଆଇ.ଆର.ବି ଯବାନ ଏହି ଫ୍ଲାଗମାର୍ଚ୍ଚ କରିଛନ୍ତି। ପାଟଣା ବ୍ଲକର ପ୍ରାକ ନିର୍ବାଚନୀ ଗଣ୍ଡଗୋଳ ସୃଷ୍ଟି ହୋଇଥିବା ବଲାଣିପଶି, କଣ୍ଟିଆପଡ଼ା, ତୁରୁମୁଙ୍ଗା, କେନ୍ଦେଇପଶି, ମୁରୁସୁଆଁ, ରାଜନଗର ଆଜି ଗ୍ରାମରେ ପୁଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୂଚନାଯୋଗ୍ୟ ଯେ ଫେବୃଆରୀ ୨୨ରେ ପାଟଣା ବ୍ଲକରେ ପଞ୍ଚାୟତିରାଜ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
Popular Categories



