ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୮ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ଗରିବ ପରିବାରରୁ ଆସିଥିବା ଚନ୍ଦ୍ରମଣି ଦଳେଇ ଓରଫ ଜାପାନ ତାଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ଅଭିନବ ଢଙ୍ଗରେ ଆଗେଇ ନେଉଛନ୍ତି। ଏକ ଅଟୋରେ ତାଙ୍କର ପ୍ରଚାର ବ୍ୟାନର ଓ ନିର୍ବାଚନୀ ଗୀତ ବାଜୁ ଥିବା ବେଳେ ନିଜର ସମର୍ଥକଙ୍କୁ ନେଇ ସେ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପଦଯାତ୍ରାରେ ଯାଇ ଲୋକମାନଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିବା ସହ ତାଙ୍କୁ ଜିତାଇବାକୁ ନିବେଦନ କରୁଥିବା ଦେଖାଯାଇଛି। ସାହି ସାହିରେ ସେ ଆତ୍ମବିଶ୍ବାସର ସହ ପ୍ରଚାର କରୁଥିବା ବେଳେ ଲୋକମାନେ ତାଙ୍କୁ ସ୍ବାଗତ କରୁଥିବା ଦେଖାଯାଉଛି।
Popular Categories



