www.samajalive.in
Tuesday, December 9, 2025
26.1 C
Bhubaneswar

ପେସା ଆକ୍ଟ ଓ ଜଙ୍ଗଲ ସୁରକ୍ଷା ଆଇନ ସମ୍ପର୍କରେ ସଚେତନତା ସଭା

ପାଟଣା: ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳକଣ୍ଟି ଗ୍ରାମରେ ପେସା ଆକ୍ଟ ଓ ଜଙ୍ଗଲ ସୁରକ୍ଷା ଆଇନ ଏବଂ ନିଶା ନିବାରଣ ନିମନ୍ତେ ଗ୍ରାମବାସୀଙ୍କ ଦ୍ବାରା ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଲଙ୍ଗଳକଣ୍ଟି ଗ୍ରାମକୁ ଏକ ଉନ୍ନତ ଗ୍ରାମରେ ପରିଣତ କରିବା ସହ ଗ୍ରାମର ଆଦିବାସୀ, ପଛୁଆ ବର୍ଗ ଏବଂ ସମସ୍ତ ଗ୍ରାମବାସୀଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବା ଦିଗରେ କାମ କରିବା ନେଇ ସଭାରେ ଆଲୋଚନା ହୋଇଥିଲା। ଗ୍ରାମର ପ୍ରଧାନ ତଥା ବ୍ୟାଙ୍କ ପରିଚାଳକ ପ୍ରଫୁଲ୍ଲ କୁମାର ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକକୁ ରୁଦ୍ର ନାରାୟଣ ସିଂହ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ଯୋଗ ଦେଇଥିଲେ।

ଶ୍ରୀ ନାୟକ ପେସା ଆଇନ ସମ୍ପର୍କରେ ସଚେତନତା କରାଇବା ସହ ଲଙ୍ଗଳକଣ୍ଟି ଗ୍ରାମକୁ ରାଜ୍ୟର ପ୍ରଥମ ପେସା ଆଇନ ଅନ୍ତର୍ଭୁକ୍ତ ଗ୍ରାମରେ ପରିଣତ କରିବା ଲକ୍ଷ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ହୃଷିକେଶ ନାୟକ, ଶରତ ନାୟକ, ଜୟଦେବ ଗିରି, ଦୀପକ କୁମାର ସିଂହ, ଶୁକଦେଵ ସିଂହ, ହୃଷିକେଶ ଗିରିଙ୍କ ସହ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୈଠକରେ ସାମିଲ ଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories