www.samajalive.in
Sunday, December 14, 2025
26.1 C
Bhubaneswar

ବଡ଼ପାଟଣା ପଞ୍ଚାୟତ ଅଭିଜ୍ଞତା ବନାମ ନୁଆମୁହଁ, ବିନତୀ- ସୋମବାରୀ ମୁହାମୁହିଁ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତରେ ପ୍ରତିଥର ଭଳି ଏଥର ମଧ୍ୟ ସରପଞ୍ଚ ପଦ ପାଇଁ ରୋଚକ ଲଢେଇ ହେବ। ବିଜେଡ଼ି ସମର୍ଥିତ ନୁଆମୂହଁ ବିନତୀ ବାନରାଙ୍କ ସହ ବିଜେପି ସମର୍ଥିତ ପ୍ରାର୍ଥୀନୀ ସୋମବାରୀ ମୁଣ୍ଡାଙ୍କର ସିଧା ସଳଖ ଲଢେଇ ହେବ। ବ୍ଲକ ମୁଖ୍ୟାଳୟର ୧୮ ଟି ଛୋଟ ବଡ଼ ଗ୍ରାମକୁ ନେଇ ଗଠିତ ବଡ଼ ପାଟଣା ପଞ୍ଚାୟତରେ ମୋଟ ୫ ହଜାର ୯୫୧ ଜଣ ଭୋଟର ଥିବାବେଳେ ତନ୍ମଧ୍ୟରୁ ୩ ହଜାର ୬ ଜଣ ପୁରୁଷ ଓ ୨ ହଜାର ୯୪୫ ଜଣ ମହିଳା ଭୋଟର ଅଛନ୍ତି।

ଗତ ୨୦୧୭ ନିର୍ବାଚନରେ ଏଠାରୁ ପୁଟୁଳିଆ ଗ୍ରାମର ଚନ୍ଦ୍ରଶେଖର ନାଏକ ବିଜୟୀ ହୋଇଥିଲେ। ଚଳିତ ଥର ଏହି ଆସନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହେବା କାରଣରୁ ପୂର୍ବତନ ସରପଞ୍ଚ ସୋମବାରୀ ମୁଣ୍ଡା ପୁନଶ୍ଚ ମଇଦାନକୁ ଓହ୍ଲାଇଛନ୍ତି। ଅପର ପକ୍ଷରେ ସୋମବାରୀଙ୍କୁ ଚେକ୍ ଦେବାପାଇଁ ବିଜୁ ଜନତା ସମର୍ଥନରେ ବିନତୀ ବାନରା ମଇଦାନକୁ ଓହ୍ଲାଇଛନ୍ତି। ଉଭୟ ପ୍ରାର୍ଥୀନୀ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମର ସ୍ଥାୟୀ ବାସିନ୍ଦା। ଉଭୟ ଶିକ୍ଷିତା ପ୍ରାର୍ଥୀ ହୋଇଥିବା ବେଳେ ବିନତୀ ସ୍ୱଳ୍ପ ବୟସରୁ ତାଙ୍କର ଅମାୟିକ ଭଦ୍ର ଓ ନମ୍ର ସ୍ଵଭାବର ବ୍ୟବହାର ଦେଖାଇ ନିଜ ସମାଜରେ ମଧ୍ୟ ଆଦୃତି ଲାଭ କରିଛନ୍ତି। ବଡ଼ ପାଟଣା ପଞ୍ଚାୟତ ଇତିହାସରେ ବ୍ଲକ ମୁଖ୍ୟାଳୟର ଛାମୁଆ ଗୋଷ୍ଠୀର ସମର୍ଥନ ପାଉଥିବା ବ୍ୟକ୍ତି ସରପଞ୍ଚ ହେଉଥିବା ନଜିର ଥିବାବେଳେ ସୋମବାରୀଙ୍କ ପାଇଁ ବିଜେପି ସମର୍ଥନ ବଡ଼ପୁଞ୍ଜି ହେବ ବୋଲି କୁହାଯାଉଛି। ଏଠାରେ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories