OMC 1 banner

ଜାତୀୟ କୃମିନାଶକ ଦିବସ ପାଳିତ

ଗୁରୁଡ଼ିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଣ୍ଟିଖାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି। ଏଥିସହିତ ଫାଇଲେରିଆ ନିରାକରଣ ଅଭିଯାନ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏଥିପାଇଁ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଳିପ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି। ଡାକ୍ତର ଶ୍ରୀ ଦାସ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୃମିନାଶକ ଦିବସର ଆଭିମୁଖ୍ୟ, କଣ କଲେ କୃମି ଠାରୁ ନିଜକୁ ଦୂରେଇ ରଖିବା, ଏହାର ନିରାକରଣ ସହିତ ଫାଇଲେରିଆ ରୋଗର ମୁକାବିଲା ସଂପର୍କିତ ତଥ୍ୟ ପ୍ରକାଶ କରିବା ସହିତ ବିଦ୍ୟାର୍ଥୀମାନଙ୍କୁ ଔଷଧ ଖୁଆଇ ଦେଇଥିଲେ। ଆୟୂଷ ଚିକିତ୍ସକ ଡାକ୍ତର ଦୀପକ ରାଜ ଓ ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ବିଶ୍ୱାଳ, ମହିଳା ସ୍ୱାସ୍ଥ୍ୟକର୍ମୀ ଲିଲି ସୁତାର, ପୁରୁଷ ସ୍ୱାସ୍ଥ୍ୟକର୍ମୀ ରାକେଶ ନାୟକ, ଅଙ୍ଗନୱାର୍ଡି ଓ ଆଶାକର୍ମୀମାନେ ଉପସ୍ଥିତ ରହିଥିଲେ।

Comments are closed.