କୁରାଳ ପଞ୍ଚମୀ ଚାଲିଥିବା ସମୟରେ ବିବାଦ, ଥାନାରେ ୪ ଟି ମାମଲା

ପାଟଣା: ପାଟଣା ଥାନା ଅନ୍ତର୍ଗତ ଚୁଟିଆପଶୀ ଗ୍ରାମରେ ଗତକାଲି ଅପରାହ୍ନରେ କୁରାଳ ପଞ୍ଚମୀ ପୂଜା ଚାଲିଥିବା ବେଳେ ବିବାଦ ଦେଖାଯାଇଛି। ବିଜୟ ବାରିକ ନାମକ ଜଣେ ବ୍ୟକ୍ତି ନିଜ ବାଇକ ପୂଜା ଚାଲିଥିବା ସମୟରେ ଉପସ୍ଥିତି ଲୋକଙ୍କ ଭିତରେ ନେବା ଘଟଣାକୁ ନେଇ ଗାଳି ଗୁଲଜ ହୋଇଥିଲା। ଏନେଇ ପ୍ରଥମ ଏତଲା ତାରାମଣୀ ବେହେରା ନାମ୍ନି ଜଣେ ମହିଳା ବିଜୟ ବାରିକଙ୍କ ବିରୋଧରେ ଦେଇଛନ୍ତି। ଦ୍ଵିତୀୟ ଘଟଣାରେ ଉର୍ମିଳା ବେହେରା ଗ୍ରାମର ପପୁ ଦାସଙ୍କ ବିରୋଧରେ ଦେଇଛନ୍ତି। ସେ ଗାଳି ଗୁଲଜ ଓ ଧମକ ଚମକ ଅଭିଯୋଗ ଆଣିଛନ୍ତି। ସେହିପରି ତୃତୀୟ ଘଟଣାରେ ବିଜୟ ବାରିକ ତାଙ୍କୁ ଗାଳି ଗୁଲଜ ଧମକ ଚମକ ଦିଆଯାଇଥିବା ଅଭିଯୋଗ ଆଣିଥିବା ବେଳେ ଚତୁର୍ଥ ଘଟଣାରେ ପପୁ ଦାସଙ୍କ ଏତଲାରେ ତାଙ୍କୁ ଲୋକନାଥ ବେହେରା ଧମକ ଚମକ ଦେଇଥିବା ଅଭିଯୋଗ ଆଣିଥିବାରୁ ଥାନାରେ ୪ ଟି ମାମଲା ରୁଜୁ ହୋଇଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

ତେବେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତର ଅନ୍ତର୍ଗତ ଜାମୁନାଳିଆ ଗ୍ରାମରେ ପାଳିତ ହେଉଛି କୁମ୍ଭକାର ସମ୍ପ୍ରଦାୟର କୁରାଳ ପଞ୍ଚମୀ ପର୍ବ। ମାର୍ଗଶିର ମାସ ଶୁକ୍ଳ ପକ୍ଷ ପ୍ରତିପଦ ଠାରୁ ପଞ୍ଚମୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏଠାରେ ଖୁବ୍ ଜାକଯମକରେ ଏହି ପର୍ବ ପାଳିତ ହୋଇଥାଏ। କୁମ୍ଭକାର ସମ୍ପ୍ରଦାୟର ଏହି କୁରାଳ ପଞ୍ଚମୀରେ ଇଷ୍ଟଦେବତା ରୁଦ୍ରପାଳ ଓ ଇଷ୍ଟଦେବୀ ରତ୍ନଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ପୂଜକ ଭାବେ ଏଠାରେ ଡମ୍ବରୁଧର ବେହେରା ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗ୍ରାମର ଭୈରବ ବେହେରା, ରାମଚନ୍ଦ୍ର ବେହେରା, ଧ୍ରୁବ ବେହେରା, କପିଳ ବେହେରା, ରଘୁନାଥ ବେହେରା, ମାଧବ ବେହେରା, ଦେବ ବେହେରା, ଚନ୍ଦ୍ରମଣି ବେହେରା, ବରୁଣ ବେହେରା ଓ ଶ୍ରୀକାନ୍ତ ବେହେରା ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି।

Comments are closed.