www.samajalive.in
Saturday, December 6, 2025
23.1 C
Bhubaneswar

ମଦ୍ୟପ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ: ସ୍କୁଟି ସହ ଜାଳିଦେଲେ ଘର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ପୁରନ୍ଦର ନାଏକ ନାମକ ବ୍ୟକ୍ତି ମଦ ପିଇ ନିଶାସକ୍ତ ହୋଇ ଆସି ନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରକୁ ଜାଳିପୋଡି ପାଉଁଶ କରିଦେଇଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଦ ପିଇ ଘରକୁ ଫେରି ଘର ଲୋକଙ୍କ ସହିତ ଝଗଡ଼ା ଲାଗୁଥିବା ଓ ଜୀବନରେ ମାରିଦେବାର ଧମକ ଦେଉଥିବା ଯୋଗୁଁ ପରିବାର ଲୋକ ପଡ଼ିଶା ଘରେ ଶୁଅନ୍ତି । ଘରେ ପରିବାର ଲୋକ ଶୋଇଥିଲେ ପରିସ୍ଥିତି ଗୁରୁତର ହୋଇଥାନ୍ତା। ଘରଟି ସାହିରୁ ଟିକିଏ ଦୂରରେ ଥିବା ସହିତ ରାତିରେ ଘର ପୋଡିବା ଯୋଗୁଁ ଲୋକମାନଙ୍କ ନଜରକୁ ଆସି ପାରିନଥିଲା। ଯେତେବେଳେ ଲୋକଙ୍କ ଦୃଷ୍ଟିକୁ ଆସିଥିଲା, ସେତେବେଳେ ଘରେ ଥିବା ସମସ୍ତ ଆସବାବପତ୍ର ସହିତ ବାକ୍ସରେ ଥିବା କିଛି ଟଙ୍କା ଏବଂ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଥିଲା। ସେହି ସାହିରେ ପ୍ରବଳ ମାତ୍ରାରେ ଚୋରା ମହୁଲି ବିକ୍ରି ହେଉଥିବା  ଯୋଗୁଁ ଏମିତି ଅନେକ ଅଭାବନୀୟ ଘଟଣା ନଜରକୁ ଆସୁଛି। ଚୋରା ମହୁଲି ବେପାରୀ ଖୁଲମ ଖୁଲା ମହୁଲି ବିକ୍ରି କରି ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ସାହିରେ କେତେ କେତେ ଯେ ଅଘଟଣ ଘଟିଯାଉଛି ତାହା ହିସାବ ବାହାରେ। ନୂଆଗାଁ ଗ୍ରାମରେ ଚୋରା ମହୁଲି ବିକ୍ରି ନେଇ ଅନେକ ଅଭିଯୋଗ ହୋଇଥିବା ବେଳେ ଅବକାରୀ ବିଭାଗ ବିଫଳ ହୋଇଛି। ତେଣୁ ଅବକାରୀ ବିଭାଗ ତଥା ପ୍ରଶାସନ ଏଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେଲେ ମଦ୍ୟପମାନଙ୍କ ପ୍ରଭାବ କମିବା ସଙ୍ଗେ ସଙ୍ଗେ ଅନେକ ପରିବାର ମଦ୍ୟପ ଦାଉରୁ ବଞ୍ଚି ପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories