www.samajalive.in
Tuesday, December 9, 2025
23.1 C
Bhubaneswar

ପାଟଣା ବିଧାୟକ ଜଗନ୍ନାଥ ନାଏକ ଗୁରୁତର ଅସୁସ୍ଥ

ପାଟଣା: ପାଟଣା ବିଧାୟକ ଜଗନ୍ନାଥ ନାଏକ ଗତ ତିନି ଦିନ ହେଲା ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି। ପ୍ରଥମେ ପରିସ୍ରା ସଂକ୍ରମଣ ପରେ ଜ୍ଵର ହେବାରୁ ସେ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଗତ କାଲି ଅପରାହ୍ନରେ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି। କରୋନା ସଂକ୍ରମଣ ସନ୍ଦେହରେ ତାଙ୍କର ସ୍ଵାବ ନମୁନା ମଧ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି। ତେବେ ଟେଷ୍ଟ ରିପୋର୍ଟ ସମ୍ପର୍କରେ କିଛି ସୂଚନା ମିଳିନି। ଅକ୍ଟୋବର ମଧ୍ୟ ଭାଗରୁ ନଭେମ୍ବର ୩ ଯାଏଁ ସେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ପାଇଁ ବିଜୁ ଜନତାଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ବିଧାୟ ଙ୍କ ଅସୁସ୍ଥତା ଖବର ପ୍ରଚାର ହେବା ପରେ ବିଜୁ ଜନତା ଦଳର ବହୁ ଛାମୁଆ ନେତା, ଦଳୀୟ କର୍ମୀ ଓ ତାଙ୍କ ଶୁଭେଚ୍ଛୁ ମାନଙ୍କ ପାଖରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories