www.samajalive.in
Sunday, December 7, 2025
26.1 C
Bhubaneswar

ଅସ୍ୱାଭାବିକ ଭାବେ ବଢୁଛି ବେକ, ମିଳୁନି ସରକାରୀ ସ୍ୱାସ୍ଥ୍ୟ ସୁବିଧା

ପାଟଣା: କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମର କୌଶଲ୍ୟା ନାୟକଙ୍କ (୪୦) ଅସ୍ୱାଭାବିକ ଭାବେ ବେକ ତଳେ ଏକ ଆବୁ ବଢ଼ିବାରେ ଲାଗିଛି। ହେଲେ ଏହାର ଚିକିତ୍ସା କରାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ଦିନ ମଜୁରିଆ ପରିବାର, ଖଟିଲେ ଖାଆନ୍ତି। ୨୦୧୭ ମସିହାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ିଦୌଡ଼ି ସାର୍ଟିଫିକେଟ ଖଣ୍ଡେ ପାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ତରଫରୁ କୌଣସି ସ୍ୱାସ୍ଥ୍ୟ ସୁବିଧା ମିଳି ପାରି ନାହିଁ। ଆଂଶିକ ଅନ୍ଧ ସହ ପକ୍ଷାଘାତ ରୋଗରେ ଜର୍ଜରିତ କୌଶଲ୍ୟା ନାୟକ ସରକାରୀ ସ୍ୱାସ୍ଥ୍ୟ ସୁବିଧା ପାଇଁ ଗୁହାରି କରିଥିଲେ ହେଁ ତାହା ଏଯାଏ ମିଳି ପାରି ନାହିଁ । ଚିକିତ୍ସା ଅବହେଳାରୁ କାହାରିକୁ ମରିବାକୁ ଦିଆଯିବ ନାହିଁ , ଚିକିତ୍ସାରେ ଅର୍ଥ ବାଧକ ସାଜିବ ନାହିଁ । ଏଭଳି ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗରିବ ଲୋକ ଟିଏ ଅନେକ କ୍ଷେତ୍ରରେ ସରକାରୀ ସ୍ୱାସ୍ଥ୍ୟ ସୁବିଧା ପାଇପାରୁ ନାହିଁ । ବେକ ତଳ ଅସ୍ୱାଭାବିକ ଭାବେ ବଢୁଥିବା ବେଳେ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ଡ଼ିଏମଏଫ ଫଣ୍ଡରୁ ସହାୟତାର ହାତ ବଢ଼ାଇଲେ ଗରିବ ଆଦିବାସୀ ମହିଳା ଜଣକ ସୁସ୍ଥ ହେଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories