www.samajalive.in
Saturday, December 6, 2025
14.1 C
Bhubaneswar

ହାତୀପଲଙ୍କ ଉପଦ୍ରବ; ଘର ଭାଙ୍ଗିଲେ, ବ୍ୟାପକ ଧାନ ତଳି ନଷ୍ଟ କଲେ

ପାଟଣା : ପାଟଣା ବନାଞ୍ଚଳ ତୁରୁମୁଙ୍ଗାରେ ଡେରା ପକାଇ ଥିବା ୨୯ ଟିକିଆ ହାତୀପଲ ତୁରୁମୁଙ୍ଗା ଆମ୍ବ ବାଗାନରୁ ବାହାରି ତ୍ରିବିନ୍ଧା, ରାଜନଗର, ମୁରୁସୁଆଁ, ପାଟନାଳି ହୋଇ ସିଲିଦା ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ଜଗନ୍ନାଥ ସେଠୀ ଓ ମଧୁସୂଦନ ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଛନ୍ତି। ହାତୀ ନଦୀକୂଳ ଯେଉଁ ଇଲାକା ଦେଇ ଆସିଛନ୍ତି ସେହି ସବୁ ଗ୍ରାମର ବହୁତ ଚାଷୀଙ୍କ ଧାନତଳି ହାତୀପଲ ମାଡି ମକଚି ନଷ୍ଟ କରିଛନ୍ତି। ଏହି ହାତୀପଲ ସନ୍ଧ୍ୟା ସୁଦ୍ଧା ସିଲିଦା ନିକଟ ବୈତରଣୀ କୂଳ କାଜୁ ଜଙ୍ଗଲ ନିକଟରେ ଡେରା ପକାଇ ଥିବା ବେଳେ ବନପାଳ ନିରଞ୍ଜନ ସେଠୀ ଓ ହାତୀ ସ୍କ୍ୱାର୍ଡ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।
ସନ୍ଧ୍ୟାରେ ୨ଟି ଦନ୍ତା, ୫ଟି ମାଈ ହାତୀ ଓ ୨ ଟି ଶିଶୁ ହାତୀ ଥିବା ହାତୀପଲ ଢେଙ୍କିକୋଟ ବନକ୍ଷେତ୍ର ମୁଦ୍ରାବେଡା ଗ୍ରାମ ଇଲାକାରେ ପ୍ରବେଶ କରି ବ୍ୟାପକ ଧାନ ତଳି ନଷ୍ଟ କରିଛନ୍ତି। ଏହି ହାତୀପଲଙ୍କୁ ବାଜା ବାଣ ଫୁଟାଇ ଗ୍ରାମବାସୀ ଘଉଡ଼ାଇବା ପରେ ଏହି ହାତୀପଲ ପାଟଣା ବ୍ଲକ ଅଞ୍ଚଳ ବଡ଼ମହୁଲଡିହା ହୋଇ ଘଟଗାଁ ବ୍ଲକ ପାଣୁପଶି ଗ୍ରାମ ନିକଟରେ କୁକୁରକଟା ନଦୀ ପାର ହୋଇ କୁଣ୍ଡାପିଠା ବାଇଗଣପାଳ ହୋଇ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଯିବା ରାସ୍ତାରେ ମଧ୍ୟ ହାତୀପଲ ବ୍ୟାପକ ଧାନତଳି ନଷ୍ଟ କରିଛନ୍ତି।

ଅଗଷ୍ଟ ୧ରୁ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା: ସୂର୍ଯ୍ୟ-ବୁଧ କରିବେ ଧନୀ,ମିଳିବ ରାଜା ଭଳି ସୁଖ..

- Advertisement -

 

 

 

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories