www.samajalive.in
Saturday, December 6, 2025
15.1 C
Bhubaneswar

ବିଧବା ମହିଳାଙ୍କୁ କୋଦାଳରେ ହାଣି ବିଭତ୍ସ ହତ୍ୟା

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ପଞ୍ଚାୟତର ଫୁଲପାହାଡ଼ି ଗ୍ରାମ ଭାଲୁଘରା ସାହିର ଜନୈକ ୫୫ ବର୍ଷୀୟା ବିଧବା ମହିଳାଙ୍କୁ କୋଦାଳରେ ହାଣି ବିଭତ୍ସ ଭାବେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ, ମୃତ ବିଧବା ମହିଳା ଜଣକ ହେଉଛନ୍ତି ତୁଳସୀ ହେମ୍ବ୍ରମ। ସେହି ସାହିର ୪୫ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବକ ଗେଡୁ ନାଏକ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ସେ କୋଦାଳରେ ଖଣ୍ଡ ଖଣ୍ଡ କରି ହାଣିବା ସହିତ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛି। ସ୍ଥାନୀୟ ଗ୍ରାମବାସୀ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଗେଡୁ ନାଏକ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ମୃତ ଶରୀରକୁ ଜବତ କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଅଭିଯୁକ୍ତ ଗେଡୁକୁ ଅଟକ ରଖି ପଚରାଉଚରା ଜାରି ରହିଛି ବୋଲି ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories