www.samajalive.in
Friday, December 5, 2025
26.1 C
Bhubaneswar

ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ପୂର୍ଣ୍ଣ ବିନିଯୋଗ ହେବ

ଆଠଗଡ: ଆଠଗଡ଼ ଆଗାମୀ ଦିନରେ ଶିଳ୍ପ ସମୃଦ୍ଧ ହେବ ଏବଂ ବର୍ତ୍ତମାନ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନ ଗୁଡିକର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ଶତ ପ୍ରତିଶତ ଏଠାରେ ବିନିଯୋଗ ହେବ ବୋଲି ଶକ୍ତି ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରଥଯାତ୍ରାଠାରୁ ୮ଦିନ ବ୍ୟାପୀ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ପକ୍ଷରୁ ଆୟୋଜିତ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶକ୍ତି ମନ୍ତ୍ରୀ ସମ୍ପଦ ସ୍ବାଇଁ ଆଠଗଡ଼ ଗଡ଼ଜାତରେ ଜଗନ୍ନାଥ ସଂସ୍କୃତି ଓ ଅଟ୍ଟାଳୀ ଜଗନ୍ନାଥଙ୍କ ନାମକରଣ ସହିତ ପରମ୍ପରା ଉପରେ ଆଲୋକପାତ କରିଥିଲେ।

ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ସମ୍ପାଦକ ଆଇନଜୀବୀ ଜଗଦାନନ୍ଦ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଥିଲେ। ଚତୁର୍ଥ ସନ୍ଧ୍ୟାରେ ଭୁବନେଶ୍ବରର ଭକ୍ତି ଚନ୍ଦନ ଭଜନ ସନ୍ଧ୍ୟା ପକ୍ଷରୁ କଣ୍ଠଶିଳ୍ପୀମାନେ ଉଚ୍ଚକୋଟୀର ଭଜନ ପରିବେଷଣ କରିଥିଲେ। ଜଗନ୍ନାଥ ସେବା ସଂସ୍ଥାର ଉପସଭାପତି ତଥା ପୂର୍ବତନ ନଗରପାଳ ପର୍ଶୁରାମ ସାହୁ, ଓକିଲ ସଙ୍ଘ ସମ୍ପାଦକ ବନବିହାରୀ ସାହୁ, ଆଇନଜୀବୀ ଶ୍ରୀନିବାସ ଦାସ ଓ ଜ୍ଞାନ ପ୍ରକାଶ ଧଳସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories