ମଲ୍ଲିପଶି-ଏରେଣ୍ଡେଇ ରାସ୍ତା ପିଚୁ କରାଯିବାକୁ ଦାବି

ପାଟଣା : ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ସଡକ ତାଲିକାରେ ନୂଆ ନୂଆ ରାସ୍ତା ଯୋଡି ହୋଉଥିବା ବେଳେ କଂଗ୍ରେସ ଅମଳରେ ଗୋଟିଏ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏବେ କଚ୍ଚା ରାସ୍ତାରେ ପରିଗଣିତ ହେବା ଚିନ୍ତାର କାରଣ ହୋଇଛି। ୨୦୦୦ ମସିହା ପୂର୍ବରୁ ମଲ୍ଲିପଶି-ଏରେଣ୍ଡେଇ ଭାୟା ଯୋଡାଟାଙ୍ଗର ମାତ୍ର ଅଢେଇ କି.ମି ରାସ୍ତାରେ ମେଣ୍ଟାଲ ମୋରମ ପଡିଥିବା ବେଳେ ଏବେ ୨୩ ବର୍ଷ ହେଲା ଏହି ରାସ୍ତାକୁ  ମରାମତି କରାଯାଉଛି । ଏହି ରାସ୍ତା ଉପରେ ଡୁମୁରିଆ, ପଲାଣଘାଟି ଓ ଏରେଣ୍ଡେଇ ପଞ୍ଚାୟତବାସୀ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ କରାଯିବାକୁ ଦାବି ହୋଇଛି।

Comments are closed.