www.samajalive.in
Saturday, December 6, 2025
14.1 C
Bhubaneswar

ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତ ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ପୁଲିସ ଜଣେ କୁଖ୍ୟାତ ଠକ ଯୁବକକୁ ଗିରଫ କରିଛି।‌ ଗିରଫ ଅଭିଯୁକ୍ତ ସଦର ଥାନା ତଳଜାଗର ଗ୍ରାମର ଦେବାନନ୍ଦ ମହାନ୍ତ (୨୯) ବୋଲି ଜଣାପଡିଛି।‌ ଅଭିଯୁକ୍ତଙ୍କ ନାମରେ ଦଫା ୪୨୦, ୨୯୪ ଓ ୫୦୬ ଲଗାଇ ତୁରୁମୁ୍ଙ୍ଗା ପୁଲିସ ଥାନାରେ ୬୪/୨୦୨୪ ଏକ ମାମଲା ରୁଜୁ କରି ଅପରାହ୍ନରେ ଦେବାନନ୍ଦଙ୍କ କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ ତୁରୁମୁ୍ଙ୍ଗା ଥାନା ସରାଶପଶି ଗ୍ରାମର ପ୍ରଶାନ୍ତ କୁମାର ମହାନ୍ତଙ୍କ ପତ୍ନୀ ଜିତାରାଣୀ ମହାନ୍ତଙ୍କୁ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଦେବାନନ୍ଦ ମହାନ୍ତ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ । ତେବେ ଜିତାରାଣୀଙ୍କ ଚାକିରି ନହେବା ଫଳରେ ପ୍ରଶାନ୍ତ କୁମାର ମହାନ୍ତ ଅଭିଯୁକ୍ତ ଜଣଙ୍କୁ ଦେଇଥିବା ସମସ୍ତ ଟଙ୍କା ମାଗିଥିଲେ । ଟଙ୍କା ଫେରସ୍ତ ନମିଳିବା ପରେ ପ୍ରଶାନ୍ତ କୁମାର ମହାନ୍ତ ତୁରୁମୁ୍ଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ‌ ଥାନା ସବ ଇନ୍ସପେକ୍ଟର ରସାନନ୍ଦ ନାୟକ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣାପଡ଼ିଥିଲା।  ଅଭିଯୁକ୍ତ ଦେବାନନ୍ଦ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories