www.samajalive.in
Saturday, December 6, 2025
16.1 C
Bhubaneswar

ମଦ ବିକ୍ରି ପଇସାରୁ ଭାଗ ନ ଦେବାରୁ ନିଜ ମାଆକୁ ହତ୍ୟାକଲା ପୁଅ, ବାପା ଗୁରୁତର

ପାଟଣା :  କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୂର୍ ପଞ୍ଚାୟତ ପର୍ଶୁରାମପୁର ଗ୍ରାମରେ ଅମାନବୀୟ ଘଟାଣା ଘଟିଛି । ମଦ ବିକ୍ରି ଟଙ୍କାରୁ ଭାଗ ଦାବି କରି ପୁଅ ବିଫଳ ହେବା ପରେ ନିଜ ଜନ୍ମ କାଲା ମାଆକୁ ବାଡିରେ ପିଟି ହତ୍ୟା କରିବାସହ ବାପାଙ୍କ ଗୋଡ଼ ଭାଙ୍ଗି ଦେଇଛି ।

ସୂଚନା ଅନୁଯାୟୀ , ପର୍ଶୁରାମପୁର ଗ୍ରାମର ଗଣେଶ୍ୱର ନାଏକଙ୍କ ପରିବାର ନିୟମିତ ଜଙ୍ଗଲରେ ମହୁଲି ମଦ ତିଆରି କରି ବିକ୍ରି କରନ୍ତି । ମଙ୍ଗଳବାର ମଧ୍ୟ ଏହି ପରିବାର ଜଙ୍ଗଲରେ ମଦ ତିଆରି କରି ବିକ୍ରି କରିବା ସହ ଘରକୁ ଫେରିଥିଲେ। ମଦ ବିକ୍ରି କରି ୧୩୦୦ ଟଙ୍କା ଗଣେଶ୍ୱର ନିଜ ପାଖରେ ରଖିଥିବା ବେଳେ ଘରେ ପହଞ୍ଚିବା ପରେ ପୁଆ ଶାନ୍ତନୁ ବାପା ଗଣେଶ୍ୱରଙ୍କୁ ଟଙ୍କାରୁ ଭାଗ ମାଗିଥିଲେ। ତେବେ ଗଣେଶ୍ୱର ପୁଅକୁ ଟଙ୍କା ନଦେବାରୁ ଶାନ୍ତନୁ ଏକ ବାଡିରେ ବାପକୁ ପିଟି ତାଙ୍କ ଗୋଡ ଭାଙ୍ଗିଦେଇଥିଲା।  ଏତିକି ବେଳେ ମାଆ ରେବତୀ ନାଏକ ବାପାକୁ ନ ପିଟିବାକୁ ପୁଅକୁ କହିବାରୁ ତାଙ୍କୁ ମଧ୍ୟ ଶାନ୍ତନୁ ଦଣ୍ଡାରେ ପିଟିଥିଲା। ଦଣ୍ଡା ମାଡ଼ରେ ଘଟଣା ସ୍ଥଳରେ ରେବତୀ ନାଏକ ଟଳି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବୁଧବାର ସକାଳୁ ଘଟଗାଁ ଥାନାଧିକାରୀଣୀ ବନ୍ଦନା ପାତ୍ର ଏସ. ଡି.ପି.ଓ ରବୀନ୍ଦ୍ର କୁମାର ମଲ୍ଲିକ, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ପ୍ରମୁଖ କେନ୍ଦୁଝରରୁ ଆସିଥିବା ସାଇନ୍ଟିଫିକ ଟିମ୍ ସହ ପର୍ଶୁରାମପୁର ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ରେବତୀଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଗୁରୁତର ଗଣେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଧିନ ଥିବା ବେଳେ ହତ୍ୟାକାରୀ ପୁଅ ଶାନ୍ତନୁ ନାଏକକୁ ପୋଲିସ ଗିରଫ କରିଛି ।

- Advertisement -

 

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories