www.samajalive.in
Sunday, December 14, 2025
14.1 C
Bhubaneswar

ପାଟଣା ବ୍ଲକରେ ନିରାଡମ୍ବର ଭାବେ ପାଳିତ ହେଲା ସ୍ବାଧୀନତା ଦିବସ

ପାଟଣା : କରୋନା କଟକଣା ଯୋଗୁଁ କେନ୍ଦୁଝର ଜିଲ୍ଲା ପାଟଣା ମିନି ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ୟ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ଓ ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୁରୁଷୋତମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେହିପରି ବ୍ଲକ ପରିସରରେ ବିଧାୟକ ଜଗନ୍ନାଥ ନାଏକ , ତହସିଲରେ ତହସିଲଦାର ଶିବପ୍ରସାଦ ମୁର୍ମୁ, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡକ୍ଟର ଶୁଭେନ୍ଦୁ ସାଗର କୁମାର ନାୟକ, ଥାନାରେ ଥାନାଧିକାରୀ ସୋମନାଥ ଜେନା, ତୁରୁମୁଙ୍ଗା ଥାନାରେ ଥାନାଧିକାରୀ ବରେନ୍ଦ୍ର କୁମାର ଶିଅଳ, ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଜ୍ୟୋସ୍ନା ମଞ୍ଜରୀ ତ୍ରିପାଠୀ , ଧନବେଣୀ ଛକରେ ସମାଜସେବୀ ବିଦ୍ୟାଧର ଦାଶ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ। ତେବେ କରୋନା କଟକଣା ଯୋଗୁଁ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ନଆସିବା କାରଣରୁ ଆଜିର ପବିତ୍ର ସ୍ବାଧୀନତା ଦିବସ ଫିକା ପଡି ଯାଇଥିବା ଜଣାପଡିଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories