www.samajalive.in
Sunday, December 14, 2025
23.1 C
Bhubaneswar

୧୨ଘଣ୍ଟା ଲଗାଣ ବର୍ଷାରେ ଘରେ ପଶିଲା ପାଣି: ଜଳ ନିଷ୍କାସନ ବ୍ୟବସ୍ତା ପ୍ରତି ଉଠିଲା ଅଙ୍ଗୁଳି

ଗଡମଧୁପୁର : ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପୁର, ମହିଶରା ପଂଚାୟତର ଅନେକ ଗ୍ରାମରେ ଲଗାଣ ବର୍ଷା ହେବା ଫଳରେ ବନ୍ୟାଜଳ ଲୋକଙ୍କ ଘରେ ପଶିଛି । ଗତକାଲି ରାତି ସାରା ବାରଘଣ୍ଟା ଧରି ମୁଷଳଧାରାରେ ର୍ବା ହୋଇଥିଲା । ମହିଶରା ପଂଚାୟତର ବରଡା ଛକରେ ଥିବା ଅନେକ ଦୋକାନ ଘର ଓ ରହିବା ଘରେ ପଣିି ପଶିବା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସୁଶାନ୍ତ ବେହେରାଙ୍କ ଓମଫେଡ ପାରଲରରେ ପାଣି ପଶିବା ଫଳରେ ଦୁଇଟି ଫ୍ରିଜ, ଦୁଇଟି ଫ୍ରିଜର ଓ ଇନଭରଟରରେ ପାଣି ପଶିବା ସହିତ ମେସିନ ଗୁଡିକ ଅଚଳ ହୋଇଯାଇଛି ।

ସେହିପରି ଛକରେ ଘରକରି ରହୁଥିବା ଫରମାସିିଷ୍ଟ ଅକ୍ଷୟ କୁମାର ସାହୁଙ୍କ ଘରେ ପାଣି ପଶିଛି । ଅତ୍ୟଧିକ ପାଣି ଜମା ହୋଇଯିବାରୁ ସଙ୍କୀର୍ଣ୍ଣ ପୋଲ ମଧ୍ୟଦେଇ ଜଳ ନିଷ୍କାନ ହୋଇନପାରି ଲୋକଙ୍କ ଘରେ ପାଣି ପଶିିଥିବା ଦେଖାଯାଇଛି । ଏପରିକି ପାଣି ଅତ୍ୟଧିକ ଜମା ହେବା ଫଳରେ ରାସ୍ତାରେ ଦୁଇଫୁଟର ପାଣି ଘଣ୍ଟା ଘଣ୍ଟା ଧରି ପ୍ରବାହିତ ହୋଇଥିଲା । ଉପର ମୁଣ୍ଡରେ ବର୍ଷା କମିଯିବାରୁ ଜଳସ୍ତର କମିଛି । ସେହିପରି ମହିଶରା ପଂଚାୟତ ଅଫିସ ଗୋଦାମ ଘରେ ଅଣ୍ଠୁଏ ପାଣି ଜମି ଯିବାରୁ ସେଠାରେ ରହିଥିବା ରାସନ ସାମଗ୍ରୀ କିଛି ପରିମାଣର ନଷ୍ଟ ହୋଇଥିବା ସୁଚନା ମିଳିଛି । ବରଡା ଛକରେ ଥିବା ଟ୍ରାନ୍ସଫରମର ଅଧାରୁ ଅଧିକ ବୁଡି ଯାଇଥିଲା । ତେବେ ପାଣି ପଶିଥିବାରୁ ଏହା ଅଚଳ ହୋଇଥିବା ସନେ୍ଦହ କରାଯାଉଛି । ମାନସ ସାହୁଙ୍କ ଗୋଦାମ ଘରେ ପାଣି ପଶିବାରୁ ଗୋଦାମରେ ଗଛିତ ଅନେକ ବସ୍ତୁ ନଷ୍ଟ ହୋଇଛି । ଏତେ ସବୁ ନଷ୍ଟର କାରଣ ପାହାଡରୁ ଆସୁଥିବା ପାଣି ସଙ୍କୀର୍ଣ୍ଣ ପୋଲ ମଧ୍ୟ ଦେଇ ନିଷ୍କାସିତ ହୋଇପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ତିଆରି ବେଳେ ବିଭାଗ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେଇନଥିବାରୁ ଏଭଳି ବାରମ୍ବାର ଘଟୁଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories