www.samajalive.in
Monday, December 15, 2025
26.1 C
Bhubaneswar

ଚଳନ୍ତା ଟ୍ରେନରୁ ଖସି ଯାତ୍ରୀଙ୍କର ମୃତ୍ୟୁ

କଂଟାବାଞ୍ଜି : ଆଜି ଭୋର ପ୍ରାୟ ୪ଟା ବେଳେ ସୁରତ ପୁରୀ ୦୨୮୨୮ ପୂଜା ସ୍ପେଶାଲ ସୁପରଫାଷ୍ଟ ଟ୍ରେନରେ ଯାତ୍ରା କରୁଥିବା ଭଞ୍ଜନଗର ଅଂଚଳର ଅରକ୍ଷିତ ସ୍ୱାଇଁ ବୟସ (୫୫) ଘନାମହୁଲ ଅଣ୍ଡର ବ୍ରିଜ ମାଇଲ ଖୁଂଟ ୧୭୩/୧୦-୧୧ ନିକଟରେ ଟ୍ରେନ ରୁ ଖସି ପଡି ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭୋର ପ୍ରାୟ ୪ଟା ବେଳେ ଏହି ପୂଜା ସ୍ପେଶାଲ ଟ୍ରେନ କଂଟାବାଞ୍ଜି ଷ୍ଟେସନ ଛାଡିଲା ପରେ ଏଠାରୁ ୩/୪କି.ମି ଦୂର ଘନାମହୁଲ ନିକଟରେ ଜେନେରାଲ ବଗିରେ ଡି-୩ ସିଟ୍ ନଂ ୭୫-୭୬ ରେ ବସିଥିବା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରୁ ସ୍ୱାମୀ ଫାଟକ ନିକଟରେ ବେସିନରେ ହାତ ଧୋଇବାକୁ ଯାଇ ହଠାତ୍ ପଡି ଯାଇ ଟ୍ରେନ ତଳ କୁ ଖସି ପଡିଥିଲେ। ହଠାତ୍ ତାଙ୍କର ସ୍ତ୍ରୀ ଏବଂ ଅନ୍ୟ ବଗିରେ ବସିଥିବା ସଂର୍ପକୀୟ ବନ୍ଧୁ ଚେନ ପୁଲିଙ୍ଗ କରିବା ପରେ ଟ୍ରେନଟି ପ୍ରାୟ ଅଧା କିଲୋମିଟର ଦୂରରେ ଅଟକିବା ପରେ ଟ୍ରେନରେ ଏସ୍କର୍ଟରେ ଯାଉଥିବା ଆରପିଏଫ ଏବଂ ସଂର୍ପକୀୟ ମାନେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ହୋଇଥିବାରୁ ପାଇ ନଥିଲେ। ପରେ ଟିଟିଲାଗଡ ଷ୍ଟେସନରେ ଆରପିଏଫ ପୋଷ୍ଟକୁ ଖବର ଦେଲାପରେ, ଆରପିଏଫ ପୋଷ୍ଟ କଂଟାବଞ୍ଜି ଷ୍ଟେସନକୁ ଖବର ଦେଇଥିଲେ। କଂଟାବାଞ୍ଜି ରୁ ଆରପିଏଫ କର୍ମଚାରୀମାନେ ଟ୍ରେନଲାଇନ କଡରେ ପାଟ୍ରୋଲିଂ କରି ଘନାମହୁଲ ନିକଟରେ ଖସି ପଡି ମୃତ୍ୟୁବରଣ କରିଥିବା  ସ୍ୱାଇଁକୁ ଦେଖି ଜିଆରପି ପୁଲିସକୁ ମୃତଦେହ ମିଳିଥିଲା। ଜିଆରପି ଏଏସଆଇ ଉମାକାନ୍ତ ଅହିର ଓ ପୁଲିସ ଦଳ ସହ ଘଟଣା ସ୍ଥଳରେ ପହଂଚି ମୃତକଙ୍କୁ ଉଦ୍ଧାର କରି କଂଟାବାଞ୍ଜି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରିବା ପରେ ଟିଟିଲାଗଡରେ ଟ୍ରେନରେ ଓହ୍ଲାଇଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଟ୍ରେନଯାତ୍ରା ବେଳେ ଅରିକ୍ଷିତଙ୍କ ସହ ତାଙ୍କ ସ୍ତ୍ରୀ ଓ ଅନ୍ୟ ଜେନେରାଲ ବଗିରେ ବସି ଥିବା ତାଙ୍କର ୪ଝିଅ ଏବଂ ୩ତିନି ଜଣ ଶାଳକ ସୁରତରୁ ଭୁବନେଶ୍ୱର ଯାତ୍ରା କରୁଥିଲେ। ଅରିକ୍ଷିତ ଙ୍କ ଘର ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ପାଲି ବୋଲି ଜିଆରପି ପୁଲିସ ତଦନ୍ତ ବେଳେ ପରିବାର ସୂତ୍ରରୁ ଜାଣିବାକୁ ପାଇଛି। ଏମାନେ ସମସ୍ତେ ଭୁବନେଶ୍ୱରଷ୍ଟେସନରୁ ଓହ୍ଲାଇ ନିଜ ଗ୍ରାମ ଭଞ୍ଜନରକୁ ମାଁ ଙ୍କର ଚୈତ୍ର ପର୍ବ ଦଣ୍ଡଯାତ୍ରା ଆସୁଥିଲେ। ଜିଆରପି ପୁଲିସ ଏକ ମାମଲା ରୁଜୁ କରି ଆଜି ସଂନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିବାବେଳେ ପରିବାର ଲୋକେ ଶବକୁ ଗାଁ କୁ ନନେଇ କଂଟାବାଞ୍ଜି ଶ୍ମଶାନ ଘାଟ ଶବ ଶତ୍କାର କରିଥିବା ଜିଆରପି ପୁଲିସ ସୂତ୍ରରୁ ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories