www.samajalive.in
Thursday, December 11, 2025
26.1 C
Bhubaneswar

ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀଙ୍କ ପାଇଁ ସୁବିଧା, ସଂଯୋଗ ହେବ ଅତିରିକ୍ତ ବଗି

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ବିଶେଷ ଟ୍ରେନମାନଙ୍କରେ ଅତିରିକ୍ତ ବଗି ସଂଯୋଗ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନେ ଯାତ୍ରା କରିପାରିବେ। ଏପ୍ରିଲ ମାସ ପାଇଁ ୧୩ ଯୋଡ଼ା ବିଶେଷ ଟ୍ରେନରେ ସାମୟିକ ଭାବେ ଏହି ଅତିରିକ୍ତ ବଗି ସଂଯୋଗ କରାଯାଉଥିବା ସୂଚନା ମିଳିଛି।

ସବିଶେଷ ସୂଚନା ଅନୁଯାୟୀ, ୦୮୪୪୯/୦୮୪୫୦ ପୁରୀ-ପାଟନା-ପୁରୀ ସ୍ପେଶାଲ ପୁରୀରୁ ଏପ୍ରିଲ ୫ରୁ ୨୬ ମଧ୍ୟରେ ଏବଂ ପାଟନା ଠାରୁ ଏପ୍ରିଲ ୭ରୁ ୨୮ ମଧ୍ୟରେ ଏକ ଏସି -୩ ଟାୟାର କୋଚ ଅସ୍ଥାୟୀ ଭାବେ ସଂଯୋଗ କରାଯିବ। ୦୧୮୫୯/୦୨୮୬୦ ପୁରୀ-ଚେନ୍ନାଇ ସେଣ୍ଟ୍ରାଲ୍-ପୁରୀ ସ୍ପେଶାଲ ପୁରୀ ଠାରୁ ଏପ୍ରିଲ ୪ରୁ ୨୫ ମଧ୍ୟରେ ଏବଂ ଚେନ୍ନାଇ ସେଣ୍ଟ୍ରାଲରୁ ଏପ୍ରିଲ ୫ରୁ ୨୬ ମଧ୍ୟରେ ଏକ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ। ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ପୁରୀଠାରୁ ଏପ୍ରିଲ ୧ରୁ ୩୦ ମଧ୍ୟରେ ଏବଂ ଦୁର୍ଗରୁ ଏପ୍ରିଲ ୨ରୁ ମେ’ ୧ ମଧ୍ୟରେ ଏକ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ।

ସେହିପରି ୦୨୦୮୮/୦୨୦୮୭ ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ ପୁରୀଠାରୁ ଏପ୍ରିଲ ୧ରୁ ୩୦ ମଧ୍ୟରେ ଏବଂ ହାଓଡ଼ା ଠାରୁ ଏପ୍ରିଲ ୨ରୁ ମେ’ ୧ ମଧ୍ୟରେ ଗୋଟିଏ ଏସି ଚେୟାର କାର କୋଚ ସଂଯୋଗ କରାଯିବ। ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେଶାଲ୍ ଏପ୍ରିଲ ୧ରୁ ୩୦ ମଧ୍ୟରେ ଉଭୟ ଦିଗରୁ ଏକ ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ୦୧୮୫୭/୦୧୮୫୮ ବିଶାଖାପାଟନମ୍ -ମୁମ୍ବାଇ ଏଲଟିଟି-ବିଶାଖାପାଟନମ ବିଶେଷ ଟ୍ରେନ ବିଶାଖାପାଟନମରୁ ଏପ୍ରିଲ୍ ୪ରୁ ୨୫ ମଧ୍ୟରେ ଏବଂ ମୁମ୍ବାଇ ଏଲଟିଟିରୁ ଏପ୍ରିଲ୍ ୬ରୁ ୨୭ ମଧ୍ୟରେ ଏକ ସ୍ଲିପର୍ କ୍ଲାସ୍ କୋଚ୍ ସଂଯୋଗ କରାଯିବ।

ବିଶାଖାପାଟଣା-ଗାନ୍ଧୀଧାମ-ବିଶାଖାପାଟଣା ବିଶେଷ ଟ୍ରେନ, ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ବିଶେଷ ଟ୍ରେନ, ସମ୍ବଲପୁର-ମାଣ୍ଡୁଅଡିହ-ସମ୍ବଲପୁର ସ୍ପେଶାଲ, ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସ୍ପେଶାଲ, ସମ୍ବଲପୁର-ରାୟାଗଡା-ସମ୍ବଲପୁର ବିଶେଷ ଟ୍ରେନ, ସମ୍ବଲପୁର-ନାନ୍ଦେଡ-ସମ୍ବଲପୁର ବିଶେଷ ଟ୍ରେନ ଏବଂ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନରେ ଅଧିକ କୋଚ୍ ସଂଯୋଗ କରାଯିବ।

Hot this week

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

Related Articles

Popular Categories