www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରାଫିକ୍‌ଜାମ୍‌ରେ ମିଳିଲା ଜୀବନସାଥୀ

ଭାରତରେ ଜ୍ଞାନକୌଶଳ ପେଣ୍ଠସ୍ଥଳ ଭାବେ ବେଙ୍ଗାଲୁରୁ ନଗରୀକୁ ଜଣାଯାଏ। ଏହି ସହରରେ ପ୍ରତିଦିନ ଟ୍ରାଫିକ୍ ଜାମ୍ ହେବା ସାଧାରଣ କଥା। ଛୁଟିଦିନ ହେଉ କି ଅନ୍ୟ ଦିନ, ରାସ୍ତାରେ ସର୍ବଦା ଗାଡ଼ିମୋଟର ଭିଡ଼ ଦେଖିବାକୁ ମିଳିଥାଏ। ଜରୁରୀ କାମ ଥିଲେ ସେଠିକା ଲୋକେ ଘଣ୍ଟେ ପୂର୍ବରୁ ଘରୁ ବାହାରିଯାନ୍ତି। ଟ୍ରାଫିକ୍‌ଜାମ୍‌ରେ କେହି ଅତିଷ୍ଠ ହେଉଥିଲାବେଳେ ଅନ୍ୟ କାହା ଜୀବନର ଗତି ଏହା ପାଇଁ ବଦଳିଯାଇଛି। ଏହି ଜାମ୍‌ରେ ଆରମ୍ଭ ହୋଇଥିବା ପ୍ରେମକାହାଣୀ ବିଷୟରେ ଏବେ ପୂରା ବିଶ୍ବରେ ଚର୍ଚ୍ଚିତ। ବେଙ୍ଗାଲୁରୁର ଜଣେ ଯୁବକ ଟ୍ରାଫିକ୍‌ ଜାମ୍‌ରେ ତାଙ୍କ ଜୀବନସାଥୀଙ୍କୁ ଭେଟିଥିଲେ। ଘଟଣାଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବାରମ୍ବାର ଶେୟାର ହେଉଛି। ଯୁବକ ସେଦିନ କୌଣସି କାମରେ ଘରୁ ବାହାରିଲେ। କାର୍‌ ବୁକିଂ କରି ଯାଉଥାନ୍ତି। ଅଧା ବାଟରେ ଜଣେ ଯୁବତୀ ସେହି କାର୍‌ରେ ଶେୟାର କରି ବସିଲେ। ଟ୍ରାଫିକ୍ ଜାମ୍ ପାଇଁ ଗାଡ଼ି ଅଟକିଗଲା। ଦୁହେଁ ଗପସପ କଲେ, ଠିକଣା ଜାଗାରେ ପହଞ୍ଚିବା ସମ୍ଭବପର ନଥିଲା। ଶେଷରେ ସେମାନେ ଗାଡ଼ିରୁ ଓହ୍ଲାଇ ପାଖ ରେସ୍ତୋରାଁରେ ଖାଇବାକୁ ସ୍ଥିର କଲେ। ଏହିପରି ଭାବେ ସେମାନଙ୍କ ବନ୍ଧୁତା ବଢ଼ିଲା। କିଛି ବର୍ଷ ପରେ ଦୁହେଁ ବିବାହ କରିବାକୁ ସ୍ଥିର କଲେ। ଟ୍ରାଫିକ୍‌ଜାମ୍‌ରେ ଆରମ୍ଭ ହୋଇଥିବା ବନ୍ଧୁତା ଯେ ଶେଷରେ ବିବାହ ରୂପ ନେବ, ଦୁଇଜଣଯାକ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ସେମାନଙ୍କ ଏହି ପ୍ରେମକାହାଣୀ ଦେଶରୁ ଯାଇ ବିଦେଶରେ ପହଞ୍ଚିଲାଣି। ୪ଲକ୍ଷରୁ ଅଧିକ ଲୋକ ଟ୍ରାଫିକ୍‌ଜାମ୍ କାହାଣୀକୁ ପସନ୍ଦ କରିବା ସହ ବାରମ୍ବାର ଶେୟାର ମଧ୍ୟ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories