www.samajalive.in
Monday, December 8, 2025
14.1 C
Bhubaneswar

ଗିରିଧାରୀ ମହାନ୍ତିଙ୍କ ୧୦୫ ତମ ଜୟନ୍ତୀ ଓ ପୁରସ୍କାର ପ୍ରଦାନ ସମାରୋହ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଅଳକା ସରକାରୀ ହାଇସ୍କୁଲ​ରେ ସ୍କୁଲର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା ତଥା ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଗିରିଧାରୀ ମହାନ୍ତିଙ୍କର ୧୦୫ ତମ ଜୟନ୍ତୀ ସ୍ବୃତି କମିଟି ପକ୍ଷରୁ ଗୁରୁବାର ପାଳନ କରାଯାଇଛି । ଏହି ଅବସରରେ ପ୍ରଥମେ ସ୍ବୃତି କମିଟି ପକ୍ଷରୁ ସ୍ବର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପୁରାତନ ଛାତ୍ର ଏବଂ କମିଟି ସଦସ୍ୟଙ୍କୁ ନେଇ ଏକ ସ୍ମୃତି ସଭାରେ ସ୍ବର୍ଗତ ମହାନ୍ତିଙ୍କ ସ୍ବୃତି ଚାରଣ କରାଯାଇଥିଲା। ସ୍ବୃତି କମିଟିର ଉପଦେଷ୍ଟା ଡ଼ାଃ. ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ବର୍ଗତ ମହାନ୍ତିଙ୍କ ସୁପୁତ୍ର ଇଂ. ଅତୁଲ୍ୟ ଚନ୍ଦ୍ର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।

- Advertisement -

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ କରିଥିବା ସ୍କୁଲର ଛାତ୍ରୀ ଜସ୍ମିନ ସାହୁଙ୍କୁ ତାଙ୍କ ପିତାମାତାଙ୍କ ଉପସ୍ଥିତିରେ ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ୫୦୦୦ଟଙ୍କାର ପ୍ରୋତ୍ସାହନ ରାଶି ସ୍ମୃତି କମିଟି ପକ୍ଷରୁ ପ୍ରଦାନ କରାଯାଇ ତାଙ୍କ ଭବିଷ୍ୟତର ମଙ୍ଗଳକାମନା କରାଯାଇଥିଲା। ଅଳକା ଆଲୁମୁନି ଆସୋସିଏସନର ସଭାପତି ସରୋଜ କୁମାର ମହାପାତ୍ର, ପୁରାତନ ଛାତ୍ର ବସନ୍ତ ସାହୁ, ନନ୍ଦ କିଶୋର ହୋତା, ପ୍ରମୋଦ କୁମାର ହୋତା, ବାବାଜୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଅଳକା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories