ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷର ମଧ୍ୟବର୍ତ୍ତିକାଳୀନ କେନ୍ଦ୍ରୀୟ ବଜେଟକୁ ଅନୁମୋଦନ କରିଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ସହ ଜଡ଼ିତ ଲେଖାନୁଦାନ ବିଧେୟକ, ବିନିଯୋଗ ବିଧେୟକ ଏବଂ ଅର୍ଥ ବିଧେୟକ ୨୦୨୪ ଲୋକସଭାକୁ ଫେରାଇ ଆଣିବାକୁ ରାଜ୍ୟସଭାରେ ଅନୁମୋଦନ ମିଳିଛି। ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା।
ଏହା ପୂର୍ବରୁ ରାଜ୍ୟସଭାରେ ଅନ୍ତରୀଣ କେନ୍ଦ୍ର ବଜେଟ୍ ଏବଂ ଜମ୍ମୁ-କାଶ୍ମୀରର ଅନ୍ତରୀଣ ବଜେଟ୍ ୨୦୨୪-୨୫ ଉପରେ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଖୁଚୁରା ମୁଦ୍ରାସ୍ଫୀତି ୨୦୨୨ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ହାରାହାରି ୬.୮ ପ୍ରତିଶତ ଥିବା ବେଳେ ୨୦୨୩ର ସମାନ ଅବଧିରେ ଏହା ୫.୫ ପ୍ରତିଶତକୁ ହ୍ରାସ ପାଇଛି। ଚାଉଳ, ଅଟା, ଡାଲି ଓ ପିଆଜ ଉପଲବ୍ଧ କରାଇବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବଜାରରେ ସୁଲଭ ମୂଲ୍ୟରେ ଭାରତ ବ୍ରାଣ୍ଡର ଅଟା, ଡାଲି ଓ ଚାଉଳ ଉପଲବ୍ଧ ହେଉଛି। ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।



