www.samajalive.in
Friday, December 12, 2025
15.1 C
Bhubaneswar

ସଫଳତା ହାସଲ କରିବାକୁ ହେଲେ ଛାତ୍ରଛାତ୍ରୀ କଠିନ ଅଧ୍ୟବସାୟ କରିବାକୁ ଆହ୍ୱାନ

କେନ୍ଦୁଝରଗଡ଼ : ସଦର ବ୍ଲକ ବନାଯୋଡିସ୍ଥିତ ସାଇ ଆନନ୍ଦ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ବିକାଶ ସହ ବିଦ୍ୟାଳୟ ପରିସରରେ ପାଉଥିବା ଗୁଣାତ୍ମକ ପରିବେଶ ଯେଉଁଠି ବୃଦ୍ଧାବୃଦ୍ଧଙ୍କର ସ୍ନେହଶ୍ରଦ୍ଧା ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଶିଖାଉଛି ବୋଲି ମତ ପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କଠିନ ଅଧ୍ୟବସାୟ ଓ ଦୃଢ଼ ଆତ୍ମବିଶ୍ୱାସ ବଳରେ ଛାତ୍ରଛାତ୍ରୀ ସଫଳତା ହାସଲ ସହ ଜଣେ ଜଣେ ଭଲ ମଣିଷ ହୋଇ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଭାତ ମଞ୍ଜରୀ ଆଇନ ମହାବିଦ୍ୟାଳୟ କେନ୍ଦୁଝରର ଅଧ୍ୟକ୍ଷ ଡ. ଧନେଶ୍ୱର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନୁଷ୍ୟ କର୍ମ ଉପରେ ତା’ର ଫଳ ପ୍ରାପ୍ତି କରିଥାଏ ବୋଲି ଉଦାହରଣଛଳରେ ଛାତ୍ରଛାତ୍ରୀଙ୍କୁ କର୍ମତତ୍ପର ହେବାକୁ ପରାମର୍ଶ ଦେଇଥିଲେ।

ସିଏଫ୍ଏମଏସ୍ ରାଜ୍ୟ ଅଧିକାରୀ ସଞ୍ଜୀବ ନାଏକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଡା. ଉଜ୍ଜଳ କୁମାର ସାହୁଙ୍କୁ ସାଈସେବା ସମ୍ମାନ,ସମାଜସେବୀ ସଞ୍ଜୀବ କୁମାର ସାହୁଙ୍କୁ ସାଈପ୍ରତିଭା ସମ୍ମାନ, ବିଶ୍ୱଜିତ ଦାସଙ୍କୁ ସାଈ ଯୁବ ସମ୍ମାନ ଏବଂ ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ନାଏକ ଓ  ପ୍ରଭାତ ନଳିନି ମହାପାତ୍ରଙ୍କୁ ସାଈସ୍ମୃତି ସମ୍ମାନରେ ଏବଂ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ପାଇଁ ଜେଏସ୍‍ଡବ୍ଲ୍ୟୁ କମ୍ପାନୀ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ବିଭାଗ ଅଧିକାରୀ ପାର୍ଥ ସାରଥି ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ବିଦ୍ୟାଳୟର ପରିଚାଳକ ସୈାରଭ କୁମାର ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ। ସିବିଏସିଇ ଜାତୀୟ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ଅଭିଭାବକଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

- Advertisement -

ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଆଧୁନିକ ସଭ୍ୟତାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ନାଟକ ପରିବେଷଣ କରି ପିତା ମାତାଙ୍କ ର ମହତ୍ୱକୁ ଅତି ସୁନ୍ଦର ଭାବେ ବୁଝାଇଥିଲେ। ଏଥିସହ ଶିଶୁ ମାନଙ୍କୁ ନେଇ ନୃତ୍ୟଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସ୍ୱେଛାସେବୀ ଅନୁଷ୍ଠାନ ଆଇଡିଆଲ ଡେଭଲମେଣ୍ଟ ଏଜେନ୍ସି (ଆଇଡିଏ) ପରିଚାଳିତ ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଏପିସି ପ୍ରକଳ୍ପର କର୍ମଚାରୀ ମାନଙ୍କୁ ଶୃଙ୍ଖଳିତ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଥିଲା। ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟର ଏନ୍ଏସଏସ ଟିମ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ପୁରସ୍କୃତ ହୋଇଥିଲେ। ବିଦ୍ୟାଳୟର ନୃତ୍ୟ ଶିକ୍ଷକ ସଂଗ୍ରାମ କେଶରୀ ବେହେରା ଓ ପୂର୍ବତନ ଅଧ୍ୟକ୍ଷ ସୁଜିତ୍ କୁମାର ସିଂହଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା।

ଅନୁଷ୍ଠାନର ସଦସ୍ୟ ସୋମନାଥ ଚାୱଡ, ସଦସ୍ୟା ଇଲା ଚାୱଡା ସାଇବାବାଙ୍କ ଏକ ରୈାପ୍ୟ ଫଳକ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସେବତୀ ସିଂଙ୍କୁ ପ୍ରଦାନ କରିଥିଲେ। ଯୁବ ସମାଜସେବୀ ସତ୍ୟଜିତ୍ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଦୀର୍ଘବର୍ଷ ଧରି ଅନୁଷ୍ଠାନ ସହ ଜଡିତ ଥିବାରୁ ତାଙ୍କୁ ମଧ୍ୟ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସିଂହ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିିତ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ତଥା ବିଶିଷ୍ଟ ସମାଜସେବୀ ସେବତୀ ସିଂହ ଉତ୍ସବରେ ଅଧ୍ୟକ୍ଷତା କରି ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ସଭାପତି କିଶୋର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଚନ୍ଦ୍ରକାନ୍ତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶେଷରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories