www.samajalive.in
Friday, December 5, 2025
20.1 C
Bhubaneswar

ପ୍ୟାରିସ ଅଲିମ୍ପିକ୍ସ: ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଦଳ ସହ କଥା ହେଲେ ନବୀନ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ ପୁରୁଷ ହକି ଦଳକୁ ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ପୁରୁଷ ହକି ଦଳର ସହ କଥା ହୋଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଦଳର ସଫଳତା ପାଇଁ ରାଜ୍ୟ ତଥା ଦେଶ ଗର୍ବିତ ବୋଲି ନବୀନ ଫୋନରେ କଥା ହେବା ବେଳେ କହିଛନ୍ତି। ବିଜେଡି ସରକାର ଥିବା ବେଳେ ଭାରତୀୟ ହକି ଖେଳକୁ ସ୍ପନସର କରିଥିବାରୁ ହକି ଦଳର ଖେଳାଳୀମାନେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ନବୀନ ଭିଡ଼ିଓ କଲରେ କଥା ହୋଇ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ। ହକିର ଆନନ୍ଦମୟ ଦିନ ଗୁଡିକ ଫେରି ଆସୁ। ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ। ହକି ପ୍ରତି ନବୀନ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିଥିଲେ ସମସ୍ତ ଖେଳାଳି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories