www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୫ ଫେବୃଆରୀ ପର୍ଯ୍ୟନ୍ତ ମହାକାଶରେ ଅଟକିବେ ସୁନିତା

ଫ୍ଲୋରିଡା : ଆମେରିକୀୟ ମହାକାଶ ସଂସ୍ଥା ନାସା ତରଫରୁ ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର ଗତ ଜୁନ ୬ରେ ବୋଇଙ୍ଗ୍‌ ଷ୍ଟାରଲାଇନର ଜରିଆରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର)ରେ ୮ ଦିନ ରହିବା ପରେ ସେମାନେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବା କଥା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଉଥିବାରୁ ସୁନିତା ଓ ୱିଲମୋରଙ୍କ ଫେରିବା ବର୍ତ୍ତମାନ ଅନିଶ୍ଚିତ ହୋଇପଡିଛି। ଯଦି ଷ୍ଟାରଲାଇନର ଯାନ ସମ୍ପୂର୍ଣ୍ଣ ସୁରକ୍ଷିତ ପ୍ରମାଣିତ ନ ହୁଏ, ତେବେ ଏ ଦୁଇ ମହାକାଶଚାରୀ ୨୦୨୫ ଫେବୃଆରୀ ପର୍ଯ୍ୟନ୍ତ ମହାକାଶରେ ଅଟକିବା ନିଶ୍ଚିତ ବୋଲି ନାସା ପକ୍ଷରୁ କୁହାଯାଇଛି। ସୁନିତା ଓ ୱିଲମୋରଙ୍କୁ ଫେରାଇ ଆଣିବାକୁ ନାସା କର୍ତ୍ତୃପକ୍ଷ ଏକାଧିକ ବିକଳ୍ପ ଚିନ୍ତା କରୁଥିଲେ ସୁଦ୍ଧା ଏର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। ଏହି ପରିପ୍ରେକ୍ଷୀରେ ୨୦୨୫ ଫେବୃଆରୀ​‌ରେ ସ୍ପେସ୍‌ଏକ୍ସ ସଂସ୍ଥାର ମହାକାଶ ଯାନ ପଠାଇ ଏମାନଙ୍କୁ ଫେରାଇ ଅଣାଯିବ ବୋଲି ନାସା କର୍ତ୍ତୃପକ୍ଷ ଆପାତତଃ ଯୋଜନା ପ୍ରସ୍ତୁତ କରିଛନ୍ତି।

ବର୍ତ୍ତମାନ ସୁନିତା ଓ ୱିଲମୋରଙ୍କୁ ମିଶାଇ ଆଇଏସ୍‌ଏସ୍‌ରେ ମୋଟ ୯ ଜଣ ମହାକାଶଚାରୀ ଅବସ୍ଥାନ କରୁଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସେଠାରେ ମହଜୁଦ ରହିଛି। ସୂଚନାଯୋଗ୍ୟ ମହାକାଶକୁ ଉତ୍‌କ୍ଷେପଣ ପୂର୍ବରୁ ଷ୍ଟାରଲାଇନରରେ ଏକାଧିକ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ସୁନିତାଙ୍କ ମହାକାଶ ଯାତ୍ରାକୁ ଦୁଇଥର ସ୍ଥଗିତ ରଖିବାକୁ ପଡିଥିଲା। ଶେଷରେ ଜୁନ ୬ରେ ସୁନିତା ଓ ୱିଲମୋରଙ୍କୁ ନେଇ ଷ୍ଟାରଲାଇନର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରି ଆଇଏସଏସ ସହ ସଂଯୋଗ ହୋଇଥିଲା। ସେହିଦିନଠାରୁ ଷ୍ଟାରଲାଇନର ଯାନର ପ୍ରପଲସନ୍‌ ଇଞ୍ଜିନରେ ଦେଖାଦେଇଥିବା ତ୍ରୁଟିକୁ ସୁଧାରିବା କଷ୍ଟସାଧ୍ୟ ହୋଇପଡିଛି। ତେଣୁ ଶହେ ପ୍ରତିଶତ ସୁରକ୍ଷିତ ଉପାୟ ଚୂଡାନ୍ତ ହେବା ପର୍ଯ୍ୟନ୍ତ ଏ ଦୁଇ ମହାକାଶଚାରୀଙ୍କୁ ମହାକାଶରେ ଅବସ୍ଥାନ କରିବାକୁ ପଡିବ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories