www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟର ହାଲଚାଲ ଜାଣିବାକୁ ହେଲେ ନେତା ଚା’ ଷ୍ଟଲରେ ଚା’ ପିଇବା ଉଚିତ ବୋଲି କହୁଥିଲେ ପାରିକର

ଗୋଆ: ମନୋହର ପାରିକରଙ୍କ ପୂରା ନାମ ହେଉଛି ଡା. ମନୋହର ଗୋପାଳକୃଷ୍ଣ ପ୍ରଭୁ ପାରିକର। ସେ ଏବେ ଆଉ ନାହାନ୍ତି। କିନ୍ତୁ ତାଙ୍କ ସରଳତା ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର। ମୁଖ୍ୟମନ୍ତ୍ରୀ ପଦରେ ଥିଲେ ବି ସେ ବିନା ଚିନ୍ତାରେ ସ୍କୁଟରରେ କାର୍ଯ୍ୟାଳୟକୁ ଆସୁଥିଲେ। ଏଥିପାଇଁ ଗୋଆରେ ଲୋକେ ପାରିକରଙ୍କୁ ସ୍କୁଟରବାଲା ମୁଖ୍ୟମନ୍ତ୍ରୀ କୁହନ୍ତି। ସେ ହାଫ୍‌ ଶାର୍ଟ ପିନ୍ଧିବା ସହ ସରଳ ଜୀବନଯାବନ କରିବାକୁ ପସନ୍ଦ କରୁଥିଲେ। ଭିଆଇପି ଭାବେ ରହିବାକୁ ଆଦୌ ଚାହୁଁ ନ ଥିଲେ। ଏଥିଲାଗି ସେ ବଡ଼ ବଡ଼ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ଯିବା ବଦଳରେ ଫୁଟପାଥରେ ଚା’ଜଳଖିଆ କରୁଥିଲେ ଏବଂ ସେହି ସ୍ଥାନରୁ ରାଜ୍ୟର ହାଲଚାଲ ବିଷୟରେ ଜାଣିପାରୁଥିଲେ। ପାରିକରଙ୍କ କହିବା ମୁତାବକ, ଚା’ ଷ୍ଟଲରୁ ହିଁ ରାଜ୍ୟର ସ୍ଥିତି ବିଷୟରେ ଜଣାପଡ଼େ। ତେଣୁ ସମସ୍ତ ନେତା ଚା’ ଷ୍ଟଲରେ ହିଁ ଚା’ ପିଇବା ଉଚିତ ବୋଲି ସେ କହୁଥିଲେ।

କେବଳ ଏତିକି ନୁହେଁ, କୌଣସି ସ୍ଥାନରେ ନିଜର କାମ ପଡ଼ିଲେ ସାଧାରଣ ଲୋକଙ୍କ ଭଳି ସେ ଧାଡ଼ିରେ ଛିଡ଼ା ହୁଅନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନିଜର କାମ ହାସଲ କରିବାକୁ ସେ ପସନ୍ଦ କରୁ ନ ଥିଲେ। ବୋଧହୁଏ ଏଥିପାଇଁ ସେ ଥିଲେ ଗୋଆର ଅନ୍ୟତମ ଲୋକପ୍ରିୟ ନେତା।

- Advertisement -

ପାରିକର ୪ଥର ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଥମ ଥର ୨୦୦୦-୨୦୦୨ ପର୍ଯ୍ୟନ୍ତ, ଦ୍ବିତୀୟ ଥର ୨୦୦୨ରୁ ୨୦୦୫, ୩ୟ ଥର ୨୦୧୨ରୁ ୨୦୧୪ ଏବଂ ୨୦୧୭ରୁ ଏପର୍ଯ୍ୟନ୍ତ ସେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ଯେତେବେଳେ ବିଜେପି ବହୁମତଠାରୁ ଦୂରରେ ଥିଲେ ସେତେବେଳେ ଅନ୍ୟ ଦଳଗୁଡ଼ିକ ପାରିକରଙ୍କୁ ମୁଖ୍ୟମନ୍ତ୍ରୀ କରିବା  ସର୍ତ୍ତରେ ବିଜେପିକୁ ସମର୍ଥନ ଜଣାଇଥିଲେ।

ଆଇଆଇଟି ପାସ୍‌ କରିଥିବା ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ

ପାରିକର ଆଇଆଇଟି ପାସ କରିଥିବା ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ୧୯୭୮ରେ ସେ ଆଇଆଇଟି ମୁମ୍ବଇରୁ ମେଟାଲର୍ଜିକାଲରେ ଇଞ୍ଜିନିୟରିଂ ପଢ଼ା ଶେଷ କରିଥିଲେ। ୨୦୦୧ରେ ପାରିକର ପ୍ରଥମେ ବିବାଦକୁ ଆସିଥିଲେ। ଏହି ବର୍ଷ ସେ ୫୧ଟି ସରକାରୀ ସ୍କୁଲକୁ ସଂଘର ଶୈକ୍ଷଣିକ ଶାଖା ବିଦ୍ୟାଭାରତୀକୁ ହସ୍ତାନ୍ତର କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ୨୦୧୪ରେ ରାଜ୍ୟର ୩ଜଣ ମନ୍ତ୍ରୀ ବ୍ରାଜିଲ ଫୁଟବଲ ୱାର୍ଲ୍ଡକପ୍‌ ଦେଖିବାକୁ ଯାଇଥିଲେ। ଏ ବାବଦରେ ୮୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ସରକାରୀ ଖର୍ଚ୍ଚରେ ମନ୍ତ୍ରୀମାନେ ବିଦେଶ ଯାଇ ନ ଥିଲେ ବୋଲି ପାରିକର କହିଥିଲେ।

ପାରିକରଙ୍କ ପତ୍ନୀଙ୍କ ନାମ ମେଧା। ୧୯୮୧ରେ ଉଭୟଙ୍କ ବିବାହ ହୋଇଥିଲା। ୨୦୦୧ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ୨ପୁଅ ଅଛନ୍ତି। ବଡ଼ ପୁଅ ଉତ୍ପଳ ପାରିକର ଇଲେକ୍ଟ୍ରିକ ଇଞ୍ଜିନିୟର ଏବଂ ସାନ ପୁଅ ଅଭିଜିତ ବ୍ୟବସାୟ କରୁଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories