www.samajalive.in
Saturday, December 6, 2025
16.1 C
Bhubaneswar

ରାବିଡ଼ି ସିମେଇ

ଭଜା ସିମେଇ – ୧କପ
ଘିଅ – ଆବଶ୍ୟକ ପରିମାଣରେ
କ୍ଷୀର – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ଚାମଚ
କାଜୁ ଗୁଣ୍ଡ – ୧ଚାମଚ
ଚିନି – ୩ ଚାମଚ
ମିଲ୍କ ମେଡ଼ – ୩ ଚାମଚ
କ୍ଷୀର ସର – ୨ଚାମଚ
କେସର – ଅଳ୍ପ
କଟା କାଜୁ, ପିସ୍ତା, ବାଦାମ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାନ୍ତୁ। କଡ଼େଇରେ ଘିଅ ଗରମ କରି ଏଥିରେ ସିମେଇ ପକାଇ ଭାଜନ୍ତୁ। ଏହାପରେ ସାମାନ୍ୟ ପାଣି ଦେଇ ୧ ମିନିଟ ଭଲ ଭାବେ ଗୋଳାନ୍ତୁ। ଏହାପରେ ଏଥିରେ ଗୁଜୁରାତି ଗୁଣ୍ଡ, ମିଲ୍କ ମେଡ଼ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ଏହାକୁ ଗୋଟିଏ ଗୋଟିଏ କପକୁ କାଢି  ୨ ରୁ ୩ ଘଣ୍ଟା ରଖି ଥଣ୍ଡା କରନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ କ୍ଷୀର ଓ କାଜୁ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଫୁଟାନ୍ତୁ। ଏବେ ଏଥିରେ ଗୁଜୁରାତି ଗୁଣ୍ଡ, ଚିନି, କାଜୁ ,ପେସ୍ତା, ବାଦାମ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢି ଫ୍ରିଜରେ ଥଣ୍ଡା ହେବାକୁ ରଖନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ସିମେଇକୁ ଏକ ପାତ୍ରକୁ କାଢି ଏହା ଉପରେ ପ୍ରସ୍ତୁତ ହୋଇଥିବା ରାବିଡ଼ି, କ୍ଷୀର ସରକୁ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ରାବିଡ଼ି ସିମେଇ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories