ପାରାଦୀପ: ପାରାଦୀପ ବତୀଘର ନିକଟ ସମୁଦ୍ରରେ ଗାଧୋଇବାବେଳେ ଅଘଟଣ। ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଉଥିବା ୩ ଯୁବକ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୩ ଯୁବକ ବୁଡ଼ି ଯାଉଥିବା ଦେଖିବାକ୍ଷଣି ମତ୍ସ୍ୟଜୀବୀ ଓ ଲାଇଭ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ଜୀବୀତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର କରାଯାଇଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇଜଣ ସୁସ୍ଥ ଥିବା ସୂଚନା ମିଳିଛି।
Popular Categories



