ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା ସିବିଆଇ

ପାରାଦୀପ : ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଆଜି ସିବିଆଇ ଗିରଫ କରିଛି। ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ହେଲେ ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ। ୨୪ ଘଣ୍ଟାରୁ ଅଧିକ ସମୟ ଧରି ମାରାଥନ ଚଢାଉ ପରେ ତାଙ୍କୁ ଗିରଫ କରାଯାଇଛି। ଡାକ୍ତରଙ୍କୁ ଧରି ଭୁବନେଶ୍ୱର ଆଣିଲା ସିବିଆଇ। ଏହାପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଚଢାଉ ବେଳେ ପ୍ରାୟ କୋଟିଏ ଟଙ୍କା ଜବତ ହୋଇଛି। ଏହାସହ ବିପୁଳ ଡଲାର ସହ ମଦ ଓ ଦାମୀ ସିଗାରେଟ୍‌‌ ମଧ୍ୟ ଜବତ ହୋଇଛି। ବାଲେଶ୍ୱର ପୈତୃକ ଘର ଓ କଟକରେ ମଧ୍ୟ ଚଢାଉ କରାଯାଇଛି। ସେ ୫୦ ହଜାର ଟଙ୍କା ଲାଞ୍ଚ ନେଇ କାଲି ଧରାପଡିଥିଲେ। କୋଭିଡ କ୍ଲିୟରାନ୍ସ ପାଇଁ ଏହି ଲାଞ୍ଚ ନେଇ ଧରାପଡିଥିଲେ ବୋଲି ସୂଚନା ମିଳିଛି।

Comments are closed.