ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏକ ବଡ଼ ଅଘଟଣ ଘଟିଛି। ଡ୍ରେଜିଙ୍ଗ ଜାହାଜରୁ ପଡ଼ି ୱାଇ ଅଶୋକଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ବିଶାଖାପଟନମ। ଘଟଣାର ଅଧିକ ତଦନ୍ତ କରୁଛି ମେରାଇନ ପୁଲିସ। ସୂଚନା ଅନୁଯାୟୀ, ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ବର୍ଥ ମଧ୍ୟରେ ଡ୍ରେଜିଙ୍ଗ କରିବା ପାଇଁ ଉଦିଷ୍ଟ ଜାହାଜରେ ଯାନ୍ତ୍ରିକ ତ୍ରୁଟି ହୋଇଥିଲା। ଦୁଇଜଣ ଟେକ୍ନିସିଆନ୍ ପାଣିରେ ବୁଡ଼ି ଏହାକୁ ମରାମତି କରୁଥିଲେ। କୌଣସି କାରଣରୁ ୱାଇ ଅଶୋକଙ୍କ ଅଣ୍ଟାରୁ ଦଉଡ଼ିଟି ଖସିଯିବାରୁ ସେ ବୁଡ଼ିଯାଇ ମୃତ୍ୟୁବରଣ କରିଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି।
Popular Categories



