www.samajalive.in
Saturday, December 6, 2025
23.1 C
Bhubaneswar

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟ ଦୁର୍ଘଟଣା ଘଟଣା : ତଦନ୍ତ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବିଏଫପିପି-୨ ପାୱାର ପ୍ଲାଣ୍ଟରେ ବାଷ୍ପ ନିର୍ଗମନଜନିତ ଦୁର୍ଘଟଣା ଘଟଣାରେ ସେଫଟି ଓ ସିକୁରିଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଲେବର ପ୍ରୋଗ୍ରେସିଭ ଫେଡେରେସନର ୪ ଜଣିଆ ସଦସ୍ୟ ଆଜି କାରଖାନାକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଆଜି ବି ଘଟଣା ସ୍ଥଳ ଯାଞ୍ଚ କରିବେ ଫ୍ୟାକ୍ଟ୍ରି ଆଣ୍ଡ ବୟଲର ବିଭାଗ । ଲେବର ଅଫିସର ଘଟଣାସ୍ଥଳକୁ ଯାଇ ଶ୍ରମିକଙ୍କ ପରିସ୍ଥିତି ବୁଝିବେ ବୋଲି ଜିଲାପାଳ କହିଛନ୍ତି। ସନ୍ଧ୍ୟା ସୁଦ୍ଧା ଫ୍ୟାକ୍ଟ୍ରି ଆଣ୍ଡ ବ୍ରଇଲର ଉପ ନିର୍ଦେଶକଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି । ବର୍ତ୍ତମାନ ପାଇଁ ଦୁର୍ଘଟଣା ଘଟିଥିବା ସେକ୍ଟର ବନ୍ଦ ରହିବ ବୋଲି ସେ କହିଛନ୍ତି । ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories