www.samajalive.in
Saturday, December 6, 2025
15.1 C
Bhubaneswar

ପାରାଦ୍ବୀପ ବନ୍ଦରର ୫ ନମ୍ବର ଗେଟରେ ଶ୍ରମିକଙ୍କ ଧାରଣା

ପାରାଦ୍ବୀପ: ପାରାଦ୍ବୀପ ବନ୍ଦରର ୫ ନମ୍ବର ଗେଟ୍ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। ପିଆଇସିଟି କମ୍ପାନୀ ପକ୍ଷରୁ ଏଠାରେ ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଶ୍ରମିକମାନଙ୍କୁ ୨ରୁ ୩ ମାସରେ ଥରେ ଦରମା ମିଳୁଥିବା ବେଳେ ସେମାନଙ୍କ ଇପିଏଫ୍ ଓ ଇଏସ୍ଆଇ କଟୁଥିଲେ ମଧ୍ୟ ସେମାନଙ୍କୁ ଏହାର ରେକର୍ଡ ପତ୍ର ପ୍ରଦାନ କରାଯାଉନାହିଁ। ଫଳରେ ଶ୍ରମିକ ମାନେ ମେଡିକାଲ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି କୌଣସି ଶ୍ରମିକ ଏହାର ପ୍ରତିବାଦ କରୁଛି, ତେବେ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଶ୍ରମିକମାନଙ୍କୁ ସେଫ୍ଟି ସାମଗ୍ରୀ ଦିଆଯାଉନାହିଁ। ଯାହାକୁ ନେଇ ଶ୍ରମିକ ମାନେ ଶୁକ୍ରବାର ସକାଳୁ ଗେଟ୍ ସମ୍ମୁଖରେ ଧାରଣା ଦେବା ସହିତ ପିଆଇସିଟି ବର୍ଥରେ ସମ୍ପୂର୍ଣ୍ଣ ରୂପେ ଅଚଳ କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇନାହିଁ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories