ପାରା ସମ୍ପ୍ରସାରଣ କର୍ମଚାରୀଙ୍କ ତାଲିମ କର୍ମଶାଳା

ଜି ଉଦୟଗିରି : ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ କୃଷି ଜିଲ୍ଲା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଦିନିକିଆ ପାରା ସମ୍ପ୍ରସାରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କନ୍ଧମାଳ ତୁଷାର କାନ୍ତି ସାମଲ ଯୋଗ ଦେଇଥିବାବେଳେ ଉପ ପ୍ରକଳ୍ପ ନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ବେହେରା, ନିର୍ବାହୀ ଯନ୍ତ୍ରୀ କନ୍ଧମାଳ ରୋମାନ୍ସ ନାୟକ, ଚକାପାଦ ଗୋଷ୍ଟି କୃଷି ଅଧିକାରୀ ହେମନ୍ତ କୁମାର ଦାସ, କୀଟ ତତ୍ତ୍ଵ ବୈଜ୍ଞାନିକ ଜ୍ଞାନଲୋକ ଦାସ, ବରିଷ୍ଟ କୃଷି ବୈଜ୍ଞାନିକ ସୁଜିତ କୁମାର ମୁଖୀ ମୂର୍ତିକା ନିରୀକ୍ଷଣ ଅଧିକାରୀ ନୟନଦିପ୍ତ ସ୍ବାଇଁ, ଟିକାବାଲି ଗୋଷ୍ଟି କୃଷି ଅଧିକାରୀ ସନ୍ତୋଷ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରକୃତ ଚାଷୀ କେବେ ମଧ୍ୟ ଖାଲିରେ ନରହି କୃଷି କାର୍ଯ୍ୟାଳୟକୁ ଯାଇ ସରକାରୀ ଯୋଜନାର ଭରପୁର ଫାଇଦା ଉଠାଇବାକୁ ପରାମର୍ଶ ଦେଇଥିଲେ।

ଏଥି ସହ କେଉଁ ଚାଷରେ ଅଧିକା ଲାଭ ହେବ ଓ କେଉଁ ପଦ୍ଧତିରେ ଚାଷ କରାଯିବ ସେ ନେଇ ବିସ୍ତୃତ ଭାବେ ବୁଝାଇଥିଲେ। ଆୟୋଜିତ କର୍ମଶାଳାରେ ରାଇକିଆ, ଚକାପାଦ, ଟିକାବାଲି ଓ ଜି ଉଦୟଗିରିରୁ ପାଖାପାଖି ୧୫୦ରୁ ଉର୍ଦ୍ଧ୍ବ ବିଭାଗୀୟ କର୍ମଚାରୀ ବୃନ୍ଦ, କୃଷକ ସାଥୀ ଓ ପ୍ରଗତିଶୀଳ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଉପବିଭାଗ ଅଧିକାରୀ ଶୁଶାନ୍ତ କୁମାର ନାୟକ, କନିଷ୍ଠ ସହକାରୀ ଧିରେନ କୁମାର ପ୍ରଧାନ ଓ କୃଷି  ଅଧିଦର୍ଶକ କାଳୀଚରଣ ସାହୁ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.