www.samajalive.in
Friday, December 12, 2025
14.1 C
Bhubaneswar

ପାରା ଏସୀୟ କ୍ରୀଡ଼ା ଉଦ୍‍ଯାପିତ : ୭୨ ପଦକ ସହ ୯ମ ସ୍ଥାନରେ ଭାରତ

ଜାକର୍ତ୍ତା : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ପାରା ଏସୀୟ କ୍ରୀଡା ଶନିବାର ଉଦ୍‍ଯାପିତ ହୋଇଛି। ଭାରତ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ସମେତ ମୋଟ ୭୨ଟି ପଦକ ପାଇ ତାଲିକାରେ ୯ମ ସ୍ଥାନ ଅଧିକାର କରିଛି। ଚୀନ ସର୍ବାଧିକ ୩୧୯ (୧୭୨ ସ୍ୱର୍ଣ୍ଣ, ୮୮ ରୌପ୍ୟ, ୫୯ ବ୍ରୋଞ୍ଜ) ପଦକ ସହ ତାଲିକାର ଶୀର୍ଷରେ ଥିବାବେଳେ ଦକ୍ଷିଣ କୋରିଆ (୧୪୫ ପଦକ) ୨ୟ ଓ ଇରାନ (୧୩୬ ପଦକ) ୩ୟ ସ୍ଥାନ ଅଧିକାର କରିଛନ୍ତି। ପାରା ଏସୀୟ କ୍ରୀଡା ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ସୂଚନାଯୋଗ୍ୟ ୨୦୧୪ ପାରା ଏସୀୟ କ୍ରୀଡାରେ ଭାରତ ମୋଟ ୩୩ଟି ପଦକ (୩ ସ୍ୱର୍ଣ୍ଣ, ୧୪ ରୌପ୍ୟ, ୧୬ ବ୍ରୋଞ୍ଜ) ଜିତିଥିଲା।
ଶେଷ ଦିନରେ ଭାରତୀୟ ପ୍ରତିଯୋଗୀ ଦୁଇଟି ସ୍ୱର୍ଣ୍ଣ ସହ ଏକାଧିକ ପଦକ ଜିତିବାରେ ସଫଳ ହୋଇଛନ୍ତି। ପୁରୁଷ ସିଙ୍ଗଲ୍‍ସ ବ୍ୟାଡମିଣ୍ଟନରେ (ଏସଏଲ୩ ବର୍ଗ)ରେ ଭାରତର ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲରେ ପ୍ରମୋଦ ୨୧-୧୯, ୧୫-୨୧, ୨୧-୧୪ ଗେମରେ ଇଣ୍ଡୋନେସିଆର ଉକୁନ୍‍ ରୁକାଇଣ୍ଡିଙ୍କୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ପୁରୁଷ ସିଙ୍ଗଲ୍‍ସ ବ୍ୟାଡମିଣ୍ଟନ (ଏସଏଲ୪ ବର୍ଗ)ରେ ଚୀନର ୟୁୟାଙ୍ଗ୍‍ ଗାଓଙ୍କୁ ୨୧-୧୬, ୨୧-୬ ଗେମରେ ପରାସ୍ତ କରି ଭାରତର ତରୁଣ ସ୍ୱର୍ଣ୍ଣପଦକ ଜିତିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories