www.samajalive.in
Saturday, December 6, 2025
23.1 C
Bhubaneswar

ପପୁଆ ନ୍ୟୁ ଗିନି ଭୂସ୍ଖଳନ: ୨ ହଜାର ଛୁଇଁଲାଣି ମୃତ୍ୟୁ ସଂଖ୍ୟା

ପୋର୍ଟ ମୋରେସ୍‌ବି: ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନିଉ ଗିନିରେ ଗତ ଶୁକ୍ରବାର ଘଟିଥିବା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ଦୁଇ ହଜାର ଟପିଲାଣି।  ଇତିମଧ୍ୟରେ ୭୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଧ୍ବଂସସ୍ତୂପ ତଳେ ସହସ୍ରାଧିକ ଲୋକ ପୋତି ହୋଇପଡିଛନ୍ତିି ବୋଲି ଜାତୀୟ ବିପର୍ଯ୍ୟୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପ୍ରତିଦିନ ଅଧିକରୁ ଅଧିକ ମୃତଦେହ ଠାବ କରାଯାଉଛି। ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି। ପ୍ରଭାବିତ ଅଞ୍ଚଳରେ ଭୂସ୍ଖଳନ ଘଟୁଥିବାରୁ ସ୍ଥିତି ଅଧିକ ଦୟନୀୟ ହୋଇପଡିଛି ବୋଲି ଜାତିସଂଘ ଦେଶାଟନ ସଂସ୍ଥା କର୍ମକର୍ତ୍ତା ସେରହାନ୍‌ ଆକ୍‌ତୋପ୍ରାକ୍‌ କହିଛନ୍ତି। ପାହାଡରୁ ନିୟମିତ ଅତଡା ଖସିବା ସହ ଝରଣାରୁ ପାଣି ନିର୍ଗତ ହେଉଥିବାରୁ ଉଦ୍ଧାରକାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଥିବା ସେ କହିଛନ୍ତି। ମାଟି ଖୋଳିବାକୁ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ ହେଉନଥିବାରୁ ଉଦ୍ଧାରକାରୀ ଦଳ କୋଦାଳ, କୁରାଢି ସାହାଯ୍ୟରେ ମାଟି ତଳୁ ମୃତଦେହ ଖୋଜି ବାହାର କରୁଛନ୍ତି। ଫଳରେ ଉଦ୍ଧାର କାର୍ଯ୍ୟରେ ଅଯଥା ବିଳମ୍ବ ଘଟୁଥିବା କୁହାଯାଇଛି। ଭୂସ୍ଖଳନରେ ଏନ୍‌ଗା ଗ୍ରାମ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇପଡିଥିବାବେଳେ ଏକ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories