କାଗଜ ତିଆରି ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ଆମ କର୍ତ୍ତବ୍ୟ

ଡେସ୍କ: ସାଂସ୍କୃତିକ ତଥା କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ ବେଳେ ଜନସାଧାରଣଙ୍କ ଦ୍ୱାରା ବ୍ୟବହୃତ କାଗଜରେ ନିର୍ମିତ ପତାକାକୁ ଫିଙ୍ଗିବା କିମ୍ବା ମାଟିରେ ପକାଯିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଗଣତନ୍ତ୍ର ଦିବସ ପୂର୍ବରୁ ମନ୍ତ୍ରଣାଳୟ ଏ ବାବଦରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି। ମନ୍ତ୍ରଣାଳୟ କହିଛି ଯେ ପତାକାର ସମ୍ମାନକୁ ଦୃଷ୍ଟିରେ ରଖି ଏହିପରି ପତାକାକୁ ବ୍ୟକ୍ତିଗତ ଭାବରେ ବିସର୍ଜନ କରାଯିବା ଉଚିତ। ଏହି ପରିପ୍ରେକ୍ଷୀରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ଏବଂ ବିଜ୍ଞାପନ ମାଧ୍ୟମରେ ଏହାକୁ ବ୍ୟାପକ ପ୍ରଚାର କରିବାକୁ ମନ୍ତ୍ରଣାଳୟ ଅନୁରୋଧ କରିଛି।

ଗୃହ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ଜାତୀୟ ପତାକା ଦେଶର ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ପ୍ରତିପାଦିତ କରୁଛି। ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ, ୨୦୦୨ର ନିୟମକୁ କଡାକଡି ପାଳନ କରିବାକୁ କହିଛି।

Comments are closed.