ମଟର ପନିର

0

କଟା ପନିର – ୩୦୦ ଗ୍ରାମ
ସିଝା ମଟର ଛୁଇଁ
ତେଲ
କାଜୁ ୧୦ରୁ୧୨ଟି
ପେଷା ହୋଇଥିବା – ଅଦା, ପିଆଜ,ରସୁଣ, କାଜ,ୁ ଟମାଟୋ
ପିଆଜ – ୨ଟି
କଞ୍ଚା ଲଙ୍କା ୨ଟି
କଟା ଟମାଟୋ -୧ଟି
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଗୋଟା ଜିରା
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ
ଧନିଆ ଗୁଣ୍ଡ
କସ୍ତୁରୀ ମେଥି
ଗରମ ମସଲା
କଟା ଧନିଆ ପତ୍ର
ଟମାଟୋ ସସ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ପିଆଜ,କାଜୁ,କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ସାମାନ୍ୟ ଭାଜି ହେବା ପରେ ଏଥିରେ ଟମାଟୋ ପକାଇ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପୁଣି କଡ଼େଇରେ ତେଲ ପକାଇ ଏଥିରେ ଆଉ କିଛି ତେଲ ଗରମ କରି ଏଥିରେ ଜିରା, ପିଆଜ, ଅଦା ରସୁଣ ବଟା ,ହଳଦୀ,ଲଙ୍କା ଗୁଣ୍ଡ,କସ୍ତୁରୀ ମେଥି, ଲୁଣ ପକାଇ କଷନ୍ତୁ। ଏହା କଷି ହେବା ପରେ ଏଥିରେ ଅଦା,ପିଆଜ,ରସୁଣ,ଟମାଟୋ,କାଜୁ ବଟାକୁ ପକାଇ ଭଲ ଭାବେ କଷନ୍ତୁ। କଷି ହେବା ପରେ ଏଥିରେ ଟମାଟୋ ସସ ପକାଇ ପାଣି ଦେଇ କିଛି ସମୟ ଏହାକୁ ଘୋଡ଼ାଇ ଦିଅନ୍ତୁ। ଏବେ ଏଥିରେ ସିଝା ମଟର, କଟା ହୋଇରହିଥିବା ପନିରକୁ ପକାନ୍ତୁ,ଏହା ପରେ ଗରମ ମସଲା ପକାଇ ୪ରୁ୫ ମିନିଟ ଗ୍ୟାସରେ ରଖନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ରରେ ସଜାଇ ଗରମାଗରମ ଖାଆନ୍ତୁ।

kalyan agarbati
Leave A Reply