BJD Bijuli 480×75 Mob

ମାଧପୁରରେ ଚାଷୀଙ୍କୁ ନେଇ ପାଣି ପଞ୍ଚାୟତ ବୈଠକ

BJD Bijuli 480×75 Mob
ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମାଧପୁରସ୍ଥିତ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପକୁ ନେଇ ଚାଷୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ଷୁଦ୍ର ଜଳ ସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡକ, ସହକାରୀ ନିର୍ବାହୀ ଯନ୍ତ୍ରୀ ନେପାଳ କୁମାର ସାହୁ, କୃଷି ଅଧିକାରୀ ବୀରବର ନାଏକ, ପାଣି ପଞ୍ଚାୟତ ଡି.ପି.ଏମ ସ୍ଥିତପ୍ରଜ୍ଞା ଦାସ, ଘଟଗାଁ ଏ.ଡି.ଆଇ ସଂଗଠନର ବଂଶୀଧର ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ଚାଷୀମାନଙ୍କୁ ନେଇ ଆସନ୍ତା ରବି ଫସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏଥି​‌ ସହ ମାଧପୁର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରୁ କୌଣସି ରାସ୍ତା ଦେଇ ପାଣି ବାହାରକୁ ବାହାରି ଯାଉଥିବାରୁ ଏହାକୁ ବାନ୍ଧି ରଖିବା ଉପାୟ ସହିତ ଯେପରି ଭାବେ ପାଣି ବାହାରି ନଯାଏ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦିଯାଇଥିଲା।

Comments are closed.