www.samajalive.in
Sunday, December 7, 2025
13.1 C
Bhubaneswar

ପଞ୍ଚୁଟିକ୍ରି ପଞ୍ଚାୟତରେ ଗଣ୍ଡଗୋଳ; ୨ ଆହତ

ଧାମରା: ଧାମରା ନିକଟସ୍ଥ ପଞ୍ଚୁଟିକ୍ରି ପଂଚାୟତରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ୨ ଜଣ ଆହତ ହୋଇଥିବା ଜଣାଯାଇଛି। ପ୍ରାକ ନିର୍ବାଚନ ପରିପ୍ରେକ୍ଷୀରେ ପଞ୍ଚୁଟିକ୍ରି ପଂଚାୟତରେ ୨ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ସନ୍ଧ୍ୟା ସମୟରେ କନ୍ଦଳ ଆରମ୍ଭ ହୋଇଥିଲା। ପରେ ବାଂଶଡା ପୁଲିସ ଏବଂ କରଞ୍ଜମାଳ ପୁଲିସ ପଞ୍ଚୁଟିକ୍ରିଠାରେ ପହଞ୍ଚି ଆପୋଷ ଆଲୋଚନା ମାଧ୍ୟମରେ ଦଫାରଫା କରିଥିଲା। ମାତ୍ର ବିଳମ୍ବିତ ରାତିରେ ପୁନଶ୍ଚ ସନ୍ଧ୍ୟା ସମୟରେ ହୋଇଥିବା ଝିମିଟି ଖେଳକୁ ନେଇ ମହାଭାରତ ଆରମ୍ଭ ହେବା ସହ ୨ଗୋଷ୍ଠୀ ମଧ୍ୟରେ ତୁମୁଳ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ୨ ଗୋଷ୍ଠୀର ୨ଜଣ ଆହତ ହୋଇ ପଞ୍ଚୁଟିକ୍ରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିବା ବେଳେ ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ୩ଟି ଲେଖାଏଁ ସିଲେଇ ପଡିଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କେହି କାହାରିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରି ନଥିବା ଜଣାଯାଇଛି।

ଅନ୍ୟ ପକ୍ଷରେ ବାଂଶଡା ଥାନାଧିକାରୀ ୨ ଗୋଷ୍ଠୀର ମୁଷ୍ଟିମେୟ ଲୋକଙ୍କୁ ଡାକି ଏକ ଶାନ୍ତି କମିଟି ଆଜି ସନ୍ଧ୍ୟାରେ ଗଢିବାକୁ ପ୍ରୟାଶ ଜାରୀ ରଖିଛନ୍ତି। ଅନ୍ୟ ପକ୍ଷରେ ପ୍ରାକ ନିର୍ବାଚନ ପରିପ୍ରେକ୍ଷୀରେ ଏହା ଏକ ଝଲକ ବୋଲି ସାଧାରଣରେ ଚର୍ଚା ହେଉଥିବା ବେଳେ ଏହାର ପୂର୍ଣ ରୂପାୟନ ଦେଖିବାକୁ ବାକି ରହିଲା ବୋଲି ମଧ୍ୟ ଚା ଖଟିରେ ଆଲୋଚନା ହେଉଥିବା ବେଳେ ତୁରନ୍ତ ଏହି ଅଂଚଳରେ ବ୍ୟାପକ ପୁଲିସ ମୁତୟନ କରାଗଲେ ପଞ୍ଚୁଟିକ୍ରି ଭଳି ପଂଚାୟତକୁ ଆୟତକୁ ଅଣାଯାଇ ପାରିବ ନଚେତ ପରିସ୍ଥିତି ଅଣାୟତ ହେଲେ ପ୍ରଶାସନ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିବ।ଅନ୍ୟ ପକ୍ଷରେ ପଞ୍ଚୁଟିକ୍ରି ପଂଚାୟତରେ ସମ୍ବେଦନଶୀଳ ବୁଥ ୨ଟି ଥିବା ବେଳେ ଅତିସମ୍ବେଦନଶୀଳ ବୁଥ ୪ଟି ଅଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories