www.samajalive.in
Saturday, December 6, 2025
26.1 C
Bhubaneswar

ଆରଡି ପଞ୍ଚାୟତରେ ୨ମୁଖୀ ଲଢେଇ

ଆରଡି: ଚଳିତ ପଞ୍ଚାୟତ ନିର୍ବାଚନରେ ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ ବିଜେଡି ଦଳର ସମର୍ଥିତ ପ୍ରାର୍ଥୀ ମିନତୀ ପାଢୀ ଲଢୁଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ମହାମେଣ୍ଟ କରାଯାଇ ସମର୍ଥିତ ପ୍ରାର୍ଥୀ ଭାବେ ଶ୍ରଦ୍ଧାଞ୍ଜଳୀ ପାଢୀ ଲଢୁଛନ୍ତି। ଚଳିତ ନିର୍ବାଚନରେ ୨ଜଣ ଅର୍ଥାତ ଗାଁ ଝିଅ ଓ ବୋହୂଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଲୋକମାନଙ୍କ ମଧ୍ୟରେ ଗୁଞ୍ଜରଣ ଦେଖା ଦେଇଛି। ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ସରକାରଙ୍କ ବିକାଶମୂଳକ ଯୋଜନାକୁ ମୁଖ୍ୟ ପ୍ରସଙ୍ଗ କରି ଭୋଟରଙ୍କ ମନ ଜିଣିବା ସହ ପ୍ରଚାର ଓ ସଂଗଠନରେ ଆଗରେ ରହିଛି। ଗତ ୨ଥର ଏହି ପଞ୍ଚାୟତରେ ବିଜେଡି ବିରୋଧି କଂଗ୍ରେସ ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ପଛର ପକାଇ ପଞ୍ଚାୟତ ଆସନ ଦଖଲ କରିଥିଲା। ସେହିପରି ସମିତିସଭ୍ୟ ଆସନ ଓ ୧୩ଟି ୱାଡରୁ ୧୨ଟି ୱାର୍ଡ ଦଖଲ କରିଥିଲା ବିଜେଡି। ଆରଡିପୀଠ ରାଜ୍ୟର ଏକ ପୁରାତନ ଶୈବକ୍ଷେତ୍ର ହୋଇଥିବାରୁ ଦୀର୍ଘ ୫ବର୍ଷ ମଧ୍ୟରେ ବହୁ ବିକାଶମୂଳକ କାର୍ୟ୍ୟ ସହ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ପାଖାପାଖି ୬କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଥିବାରୁ ଯାହା ଏବେ ପୀଠର ମାଷ୍ଟରପ୍ଲାନ ବାସ୍ତବ ରୂପରେଖ ନେବାକୁ ଯାଉଛି। ସେହିପରି ପୀଠରେ ପାନୀୟଜଳ, ସ୍ବାସ୍ଥ୍ୟ, ଶିକ୍ଷା ଆଦିର ସମସ୍ତ ବ୍ୟବସ୍ଥାର ସୁଧାର ଆସିଥିବା ବେଳେ ସମସ୍ତ ଗାଁକୁ ଯୋଡି ହେବା ପାଇଁ ପକ୍କା ସଡକ ନିର୍ମାଣ କରାଯାଇଥିବା ବାର୍ତ୍ତା ନେଇ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ବିଜେଡି ସର୍ମଥିତ ପ୍ରାର୍ଥୀ। ଏପଟେ ବିଜେପି ଓ କଂଗ୍ରେସ ମେଣ୍ଟ କରି ଦେଇଥିବା ପାର୍ଥୀଙ୍କୁ ବିଜୟ ଆଶାରେ ପଞ୍ଚାୟତ ଦଖଲ ପାଇଁ ଦୁର୍ନୀତି ଖୋରକୁ ହଟାଇବା ସହ ବିକାଶ ନାଁରେ ହରିଲୁଟ କରୁଥିବା ମୁଦ୍ଦା ନେଇ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ମେଣ୍ଟର ସମର୍ଥିତ ପ୍ରାର୍ଥୀ। ହେଲେ ଦେଖିବାକୁ ବାକି ରହିଲା ଆସନ୍ତା ୧୮ରେ ଭୋଟର କାହାକୁ ଗାଁ ମୁଖିଆ କରିବେ ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣା ପଡିବ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories