ଭାଗ୍ୟ ବଦଳାଇବ ପାନପତ୍ର!
ହିନ୍ଦୁ ଧର୍ମାମ୍ବଲମୀଙ୍କ ବିଶ୍ୱାସ ଅନୁସାରେ ପୂଜାରେ ପାନପତ୍ରର ସ୍ୱତନ୍ତ୍ର ସ୍ଥାନ ରହିଛି। ଘରେ ହେଉଥିବା କୌଣସି ପୂଜା ଏବଂ ବିବାହ ବ୍ରତ ଆଦି ସମସ୍ତ ଶୁଭ କାମରେ ପାନ ବ୍ୟବହାର କରାଯାଏ। ତେବେ ଆପଣ ଜାଣିଛନ୍ତି କି ପାନପତ୍ରର ସଠିକ ବ୍ୟବହାର କରି ଆପଣ ଘରେ ସୁଖ, ସମୃଦ୍ଧି, ସକରାତ୍ମକ ଶକ୍ତି ଆଦି ବୃଦ୍ଧି କରିପାରିବେ।
– ମଙ୍ଗଳବାର କିମ୍ବା ଶନିବାର ଭଗବାନ ହନୁମାନଙ୍କୁ ଏକ ପାନପତ୍ର ବିଡା ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କ ସମସ୍ତ ଦୁଃଖ ଭଗବାନ ଶୁଣିବେ ବୋଲି ବିଶ୍ୱାସ ରହିଛି।
– ବହୁତ ଦିନ ଧରି ଅଟକି ଯାଇଥିବା କାମକୁ ସମ୍ପୁର୍ଣ୍ଣ କରିବାକୁ ଚାହୁଁଥିଲେ ସେଥିରେ ପାନପତ୍ର ସାହାଯ୍ୟ କରିଥାଏ। ଯେଉଁ କାମଟି ଅଟକି ଯାଇଛି ସେହି କାମକୁ ରବିବାର କରନ୍ତୁ ଏବଂ ଘରୁ ବାହାରିବା ସମୟରେ ପାନପତ୍ରକୁ ଜିଭ ଉପରେ ରଖି ଯାଆନ୍ତୁ। ଏହା କରିବା ଦ୍ୱାରା ଅଟକିଥିବା କାମରେ ସଫଳତା ମିଳିବ।
– ପାନପତ୍ରରେ ଗୁଆ, ସିନ୍ଦୁର, ହଳଦୀ ଗୁଣ୍ଡ, ଅରୁଆ ଚାଉଳ ରଖି ଭଗବାନ ଗଣେଷଙ୍କୁ ଅର୍ପଣ କରାଯାଏ। ଏହବ୍ୟତୀତ ଘର ସମ୍ମୁଖରେ ପାନପତ୍ର ଟଙ୍ଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ।
– ଖରାପ ନଜରରୁ ରକ୍ଷାପାଇବା ପାଇଁ ପାନପତ୍ରରେ ସାତଟି ଗୋଲାପ ଫୁଲ ପାଖୁଡା ରଖି ସେହି ଲୋକକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଖରାପଦୃଷ୍ଟି ଦୂର ହୋଇଥାଏ।
– ବ୍ୟବସାୟ କ୍ଷେତ୍ରରେ କ୍ଷତି ସହୁଥିଲେ ବୁଧବାର ଦିନ ପାନପତ୍ର ଭଗବାନଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ବ୍ୟବସାୟ ସଠିକ ରୂପେ ଚାଲିଥାଏ।