www.samajalive.in
Saturday, December 6, 2025
17.1 C
Bhubaneswar

ରିଲିଜ୍‍ ହେଲା ଜେ.ପି ଦତ୍ତାଙ୍କ ‘ପଲ୍‍ଟନ୍‍’ ର ଟ୍ରେଲର

ନୂଆଦିଲ୍ଲୀ : ‘ବର୍ଡର’ ଭଳି ଦେଶାତ୍ମବୋଧକ ତଥା ଭାରତୀୟ ସୈନିକଙ୍କ ବୀରତ୍ୱର ଗାଥାକୁ ଦର୍ଶାଉଥିବା ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରସିଦ୍ଧ ନିର୍ଦେଶକ ‘ଜେ ପି ଦତ୍ତା’ ୧୨ବର୍ଷ ପରେ ପୁଣିଥରେ ‘ପଲଟନ୍‍’ ଭଳି ଆଉ ଏକ ଦେଶପ୍ରେମ ତଥା ଯୁଦ୍ଧ ଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯାହାର ଟ୍ରେଲର ଗୁରୁବାର ରିଲିଜ୍‍ ହୋଇଛି। ରିଲିଜ୍‍ ହେବା ମାତ୍ରେ ଦର୍ଶକ ଏହାକୁ ବେଶ୍‍ ପସନ୍ଦ କରିଛନ୍ତି। ଏହି ଚଳଚ୍ଚିତ୍ରର କହାଣୀ ୧୯୬୭ମସିହାରେ ନାଥୁଲା ସାମରୀକ ଆକ୍ରମଣ ଉପରେ ଆଧାରିତ ଯାହା ସିକ୍କିମ୍‍ ସୀମାରେ ହୋଇଥିଲା। ଏଥିରେ ଜ୍ୟାକି ଶ୍ରଫ୍‍, ଅର୍ଜୁନ୍‍ ରାମପାଲ, ସୋନୁ ଶୁଦ, ଗୁରମିତ୍‍ ଚୌଧୁରୀ, ହର୍ଷବର୍ଦ୍ଧନ ରାଣା, ଶିଦ୍ଧାନ୍ତ କପୁର, ଲବ ସିହ୍ନା, ଇଶା ଗୁପ୍ତା, ସୋନଲ ଚୌହାନ, ଦୀପିକା କକ୍କଡ ଏବଂ ମୋନିକା ଗିଲଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ଏହା ପୂର୍ବରୁ ଜେ.ପି ଦତ୍ତା ‘ବର୍ଡର’, ‘ଏଲ୍‍ ଓ ସି -କାର୍ଗିଲ’ ଭଳି ଚଳଚ୍ଚିତ୍ର ନିର୍ମାଣ କରି ବେଶ୍‍ ଚର୍ଚ୍ଚିତ ହୋଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ମାସ ୭ ତାରିଖରେ ରିଲିଜ୍‍ ହେବ ଏହି ଚଳଚ୍ଚିତ୍ର।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories