ନୂଆଦିଲ୍ଲୀ : ପରିବେଶରେ ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ରୋକିବାପାଇଁ ବିଭିନ୍ନ ଅଟୋମୋବାଇଲ କମ୍ପାନୀ ବିଦ୍ୟୁତ ଗାଡି ବଜାର ପ୍ରବେଶ କରାଉଛନ୍ତି। ଏହି ଯାନବାହନ ଲୋକମାନଙ୍କ ଜୀବନଶୈଳୀରେ ଯେତେ ସୁବିଧା ସୃଷ୍ଟି କରିଛି, ସେତିକି ପରିମାଣର ଲୋକମାନଙ୍କ ପ୍ରତି ବିପଦ ଦେଖିବାକୁ ମିଳିଛି। ଚୀନରେ ଜଣଙ୍କ ଘରେ ବିଦ୍ୟୁତଚାଳିତ ଗାଡି, ଘର ଭିତରେ ବିସ୍ପୋରଣ ହେବା ସହ ଜଳିଯିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଚୀନର ସାଘାଂଇରେ ଜଣଙ୍କ ଘରେ ଇ-ସ୍କୁଟର ଚାର୍ଜ ହେଉଥିବା ସମୟରେ ବିସ୍ପୋରଣ ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମେ ଚାର୍ଜର ପ୍ଲଗ ନିକଟରୁ ସ୍ପାର୍କିଙ୍ଗ ହୋଇଥିଲା। ଏହାଜାଣିପାରି ଗାଡି ପାଖରେ ଶୋଇଥିବା ଘରର କୁକୁର ହଠାତ ଉଠିପଡିଥିଲା। ଏହାପରେ ଉପସ୍ଥିତ ଥିବା ବ୍ୟକ୍ତି ସ୍କୁଟରର ପ୍ଲଗ ବନ୍ଦକରି ଛୁଆ ଏବଂ ଘରର କୁକୁରକୁ ନେଇ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ସମସ୍ତେ ପଳାଇଯିବା ପରେ ଚାର୍ଜରେ ବସିଥିବା ସ୍କୁଟରଟି ବିସ୍ପୋରଣ ହୋଇଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁରା ଘରେ ନିଆଁ ଓ ଧୂଆଁ ବ୍ୟାପୀ ଯାଇଥିଲା। ମାତ୍ର ସୌଭାଗ୍ୟ ବଶତଃ ଏଥିରେ କେହି ଆହତ ହୋଇ ନ ଥିଲେ। ଏହି ସମସ୍ତ ଘଟଣା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।
ସାମାଜିକ ଗଣମାଧ୍ୟମରେ ଏହି ଭିିଡିଓ ଭାଇରାଲ ହୋଇଛି। ବିଦ୍ୟୁତ ସ୍କୁଟର ବିସ୍ପୋରଣ ହେବାପରେ ଲୋକମାନେ ବିଦ୍ୟୁତ ଚାଳିତ ଗାଡି ପ୍ରତି ବିତୃଷ୍ଣା ମନୋଭାବ ସୃଷ୍ଟି ହୋଇଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ତେବେ କେଉଁ କାରଣରୁ ଏହି ସାଇକେଲ୍ରେ ଥିବା ବ୍ୟାଟେରୀରେ ବିସ୍ପୋରଣ ହୋଇଥିଲା ତାହା ଜଣା ପଡି ନାହିଁ।
ଘର ଭିତରେ ଚାର୍ଜ ହେଉଥିବା ଇ-ସ୍କୁଟରରେ ବିସ୍ପୋରଣ , ଅଳ୍ପକେ ବର୍ତ୍ତିଲେ ଘରମାଲିକ
Popular Categories



