www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀଙ୍କୁ ପ୍ରଶଂସା କଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ, ଗାଜାରେ ଯୁଦ୍ଧବିରତି ପାଇଁ ସହାୟତା ଲୋଡିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ମୁସ୍ତାଫା। ୩ୟ ଥର ପାଇଁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ମୁସ୍ତାଫା ଏକ ଚିଠି ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଗାଜା ବିବାଦର ତ୍ୱରିତ ସମାଧାନ ପାଇଁ ମଧ୍ୟ ସେ ମୋଦୀଙ୍କ ସହାୟତା ଲୋଡ଼ିଛନ୍ତି।

ମୁସ୍ତାଫା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ଯୁଦ୍ଧବିରତି ଆଣିବା ଲାଗି ଭାରତ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମକୁ ସୁଗମ କରୁ। ବିଶ୍ୱସ୍ତରରେ ନେତୃତ୍ୱ ନେବାରେ ଭାରତର ଦକ୍ଷତା ରହିଛି। ଭାରତ ସର୍ବଦା ମାନବିକ ମୂଲ୍ୟବୋଧ, ଅଧିକାର ଏବଂ ଶାନ୍ତିକୁ ଗୁରୁତ୍ୱ ଦେଇଆସିଛି। ଗାଜାରେ ଯେଉଁଭଳି ଭାବେ ଗଣହତ୍ୟା ଜାରି ରହିଛି ତାହାର ଅନ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତ ଏହାର ସମସ୍ତ କୁଟନୈତିକ ମାଧ୍ୟମକୁ ବିନିଯୋଗ କରି ତୁରନ୍ତ ଯୁଦ୍ଧବିରତି ଆଣିବା ସହିତ ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାବାସୀଙ୍କ ପାଇଁ ମାନବବାଦୀ ସହାୟତା ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବାକୁ ମୁସ୍ତାଫା ଅନୁରୋଧ କରିଛନ୍ତି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories