ଡେସ୍କ: ଏକାଧିକ ସ୍ଥାନରେ ଜନସେବା କାର୍ଯ୍ୟକ୍ରମରେ ଅଧିକାଂଶ ଲୋକଙ୍କ ସାମିଲ ହେବା ନେଇ ଲିମକା ବୁକ୍ ଅଫ୍ ରେକର୍ଡରେ ଭାରତୀୟ ରେଳବାଇ ସ୍ଥାନ ପାଇଛି। ରେଳ ମନ୍ତ୍ରଣାଳୟ ଚଳିତ ବର୍ଷ ଫେବ୍ରୁଆରି ୨୬ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ଦୁଇ ହଜାରରୁ ଅଧିକ ସ୍ଥାନରେ ୪୦ ଲକ୍ଷ ୧୯ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ରେଳ ପୋଲ ଉପରେ ସଡ଼କ ଉଦଘାଟନ ଏବଂ ରେଳ ଷ୍ଟେସନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
Popular Categories



