www.samajalive.in
Sunday, December 7, 2025
14.1 C
Bhubaneswar

ପାକିସ୍ତାନରେ ହାହାକାର ; ବିଜୁଳି,ଶିକ୍ଷା ଦୂରରେ ,ଖାଇବାକୁ ଖାଦ୍ୟ ନାହିଁ

ଇସଲାମାବାଦ : ବେହାଲ୍‌‌ ପାକିସ୍ତାନ। ପାକିସ୍ତାନରେ ୪୮ ବର୍ଷର ରେକର୍ଡ ଭାଙ୍ଗିଲା ମହଙ୍ଗାମାଡ । ପାକିସ୍ତାନରେ ହାହାକାର ପରିସ୍ଥିତ ଦେଖାଦେଇଛି। ପ୍ରାପ୍ତ ସୂଚନାନୁଯାୟୀ, ମହଙ୍ଗାମାଡ କାରଣରୁ ପାକିସ୍ତାନ ଏହାର ସବୁଠାରୁ ବଡ ସଙ୍କଟ ଦେଇ ଗତି କରୁଛି। ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ଲୋକମାନେ ରାସ୍ତାରେ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି। ଦେବାଳିଆ ଅବସ୍ଥାରେ ପାକିସ୍ତାନ ପହଞ୍ଚିଛି। ସବୁଠାରୁ ଖରାପ ଅବସ୍ଥା ହେଉଛି ପାକିସ୍ତାନର ସାଧାରଣ ଜନତାଙ୍କର। ଜିନିଷର ଦାମ୍‌‌ ଅହେତୁକ ବୃଦ୍ଧି ତଥା ମହାଙ୍ଗାମାଡ କାରଣରୁ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି, ଲୋକମାନେ କେବଳ ଖାଦ୍ୟର ଚିନ୍ତା କରୁଛନ୍ତି। ଶିକ୍ଷା ଓ ଅନ୍ୟ ଆବଶ୍ୟକତା ଭୁଲି ଯିବା ଭଳି ପରିସ୍ଥିତ ସୃଷ୍ଟି ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଜଣେ ସ୍ଥାନୀୟ ଖାଦ୍ୟ ବ୍ୟବସାୟୀ କହିଛନ୍ତି, ମହଙ୍ଗାମାଡ କାରଣରୁ ତାଙ୍କର ବିକ୍ରି ହ୍ରାସ ପାଇଛି। ବିଶେଷକରି ମଧ୍ୟବିତ୍ତ ଲୋକମାନେ ବଜାରରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ କେବଳ ଧନୀ ଶ୍ରେଣୀ ଏହି ମହଙ୍ଗାମାଡର ସାମ୍ନା କରୁଛନ୍ତି।

- Advertisement -

ସେହିଭଳି ପେଟ୍ରୋଲ ପମ୍ପର ମ୍ୟାନେଜର କହିଛନ୍ତି, ତାଙ୍କ ପେଟ୍ରୋଲ ପମ୍ପରେ ତେଲ ବିକ୍ରିରେ ମଧ୍ୟ ହ୍ରାସ ଘଟିଛି। ପୂର୍ବରୁ, ଯେଉଁଠାରେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ ଥିଲା, ଆଜି ପେଟ୍ରୋଲ ପମ୍ପଗୁଡ଼ିକ ପ୍ରାୟ ଖାଲି ଅଛି । ଏହାର କାରଣ ହେଉଛି ପାକିସ୍ତାନରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୨୬୨ ଟଙ୍କା। ସ୍ୱଳ୍ପ ଆୟ ବର୍ଗର ଲୋକଙ୍କୁ ପାକିସ୍ତାନରେ ନିଜ ଘର ଖର୍ଚ୍ଚ ଚଳାଇବା ପାଇଁ ଧାରକରଜ କରିବାକୁ ପଡୁଛି। ଲୋକମାନେ କହିଛନ୍ତି, ଜୀବନ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି, କିନ୍ତୁ ଏଭଳି ପରିସ୍ଥିତିରେ ସେମାନେ କିଛି କରିପାରିବେ ନାହିଁ।

ପାକିସ୍ତାନର ଚାଷୀଙ୍କ ଅବସ୍ଥା ମଧ୍ୟ ଖରାପ। ବଢୁଥିବା ଦର ହେତୁ କୃଷକଙ୍କ ଅବସ୍ଥା ମଧ୍ୟ ଶୋଚନୀୟ। ବିଦ୍ୟୁତ୍ ମୂଲ୍ୟ ଏବଂ ମଜୁରୀ ବୃଦ୍ଧି ହେତୁ ଚାଷ ଆଉ ଲାଭଜନକ କାରବାର ନୁହେଁ। ଏହା ସହିତ ପାକିସ୍ତାନର ଲୋକଙ୍କ ପାଇଁ ବିଦ୍ୟୁତ ଅଭାବ ମଧ୍ୟ ଏକ ସମସ୍ୟା ପାଲଟି ସାରିଛି। ପାକିସ୍ତାନର ଜଣେ କୃଷକ କହିଛନ୍ତି , ‘ଆମ ପାଖରେ ପର୍ୟ୍ୟାପ୍ତ ଖାଦ୍ୟ ନାହିଁ,ଏଭଳି ପରିସ୍ଥିତିରେ ବିଦ୍ୟୁତ୍, ଶିକ୍ଷା ଏବଂ ପୋଷାକ ବ୍ୟବସ୍ଥା କିପରି କରିବୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories