www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରେ ଜଳ ସଙ୍କଟ; ୩ କୋଟି ପାକିସ୍ତାନୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ

କରାଚୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ବର୍ତ୍ତମାନ ଜଳାଭାବ ଦେଖା ଦେଇଛି। ଦିନକୁ ଦିନ ପାକିସ୍ତାନରେ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ମୁତାବକ, ପାକିସ୍ତାନର ୨୪ଟି ପ୍ରମୁଖ ସହରରେ ବିଶୁଦ୍ଧ ଜଳ ସୁବିଧା ନାହିଁ। ପ୍ରାୟ ୩ କୋଟି ପାକିସ୍ତାନୀ ବିଶୁଦ୍ଧ ଜଳ ପାଇପାରୁ ନାହାନ୍ତି।

ଦେଶର ୨୪ଟି ପ୍ରମୁଖ ସହରରେ ବାସ କରୁଥିବା ୮୦ ପ୍ରତିଶତ ଲୋକ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇବାରୁ ବଞ୍ଚିତ। ଅପରପକ୍ଷେ, କରାଚୀରେ ୧.୬ କୋଟି ବସ୍ତି ବାସିନ୍ଦା ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ସ୍ବାଧୀନତା ପରଠାରୁ ପାକିସ୍ତାନ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି, କିନ୍ତୁ ଦେଶର ସବୁଠାରୁ ଗୁରୁତର ସମସ୍ୟା ହେଉଛି ଜଳ ଅଭାବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ଏକ ଆକଳନ ଅନୁଯାୟୀ, ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ୨୦୨୫ ସୁଦ୍ଧା ପାକିସ୍ତାନ ସମ୍ପୂର୍ଣ୍ଣ ଶୁଷ୍କ ଏବଂ ଅନୁର୍ବର ହୋଇଯିବ।

- Advertisement -

ରିପୋର୍ଟରୁ ଏହା ମଧ୍ୟ ଦର୍ଶାଯାଇଛି ଯେ, ପାକିସ୍ତାନରେ ଯେଉଁ ପାଣି ଉପଲବ୍ଧ, ତାହାର ଗୁଣବତ୍ତା ଅତ୍ୟନ୍ତ ଖରାପ। ଏହାଦ୍ବାରା ପ୍ରାୟତଃ ଝାଡ଼ା ଓ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ପାକିସ୍ତାନରେ ୬୫ ପ୍ରତିଶତରୁ ଅଧିକ ଲୋକ ଦୂଷିତ ଜଳର ବ୍ୟବହାର କରୁଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ପାନୀୟ ଜଳରେ ଆର୍ସେନିକ୍‌ର ମାତ୍ରା ମିଳିଛି।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories