www.samajalive.in
Saturday, December 6, 2025
16.1 C
Bhubaneswar

ଟମାଟୋ ପାଇଁ ବ୍ୟାକୁଳ ପାକ୍‍ ଜନତା: ହୋସ୍‍ ଉଡ଼ାଇଲା ଭଳି ରହିଛି ଦାମ୍‍

ଇସଲାମାବାଦ : ପାକିସ୍ତାନରେ ଇଦ୍‍-ମିଲାଦ-ଉନ୍‍-ନବୀ ଅବସରରେ ଟମାଟୋ ଦାମ୍‍ ଅବିଶ୍ୱସନୀୟ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଇଦ୍‍-ମିଲାଦ-ଉନ୍‍-ନବୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‍ ଶନିବାର ଟମାଟୋର କିଲୋ ପ୍ରତି ଦର ୩୨୦ ଟଙ୍କାରେ ପହଞ୍ଚିଥିଲା। ଏହାର ଦୁଇ ଦିନ ପରେ ସୋମବାରଠାରୁ ଏହା କିଲୋ ପ୍ରତି ୧୪୦ରୁ ୧୭୦ ଟଙ୍କାରେ ବିକ୍ରି ହେଉଛି। ଏବେ ସେଠାକାର ଜନସାଧାରଣଙ୍କ ପାଇଁ ଟମାଟୋ ସାତ ସ୍ୱପ୍ନ ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗୃହିଣୀମାନେ ବର୍ତ୍ତମାନ ଟମାଟୋର ବିକଳ୍ପ ଖୋଜୁଛନ୍ତି।
ଜଣେ ସ୍ଥାନୀୟ ବିକ୍ରେତା ଅବଦୁଲ କରୀମ କହିଛନ୍ତି, ବ୍ୟବସାୟୀ ଟମାଟୋକୁ ଗୁପ୍ତ ଭାବେ ଗଚ୍ଛିତ ରଖିବା ଓ ଲାଭଖୋର ହେବା କାରଣରୁ ଏହାର ଦର ବୃଦ୍ଧି ପାଇଛି। କରାଚୀର ପାଇକାରୀ ପରିବା ବିକ୍ରେତା ଆସୋସିଏଶନର ଅଧ୍ୟକ୍ଷ ହାଜୀ ଶାହଜହାଁଙ୍କ କହିବାନୁସାରେ, ବଲୁଚିସ୍ତାନରୁ ଟମାଟୋ ଆମଦାନୀ କମ୍‍ ହେଉଛି ଓ ଇରାନରୁ ଆସୁଥିବା ଟମାଟୋ ମଧ୍ୟ ପହଞ୍ଚି ପାରୁନାହିଁ। କାବୁଲରୁ ଆସୁଥିବା ଟମାଟୋ ମଧ୍ୟ କୌଣସି କାରଣରୁ ଅଟକି ରହିଛି। ସେ କହିଛନ୍ତି, ସାଧାରଣତଃ ଟମାଟୋ ଫସଲ ଅକ୍ଟୋବର ସୁଦ୍ଧା ହୋଇଯାଏ, କିନ୍ତୁ ଏଥର ବିଳମ୍ବ ହୋଇଛି। ତେଣୁ ଦର ବୃଦ୍ଧି ପାଇଛି। ତେବେ ୧୫ରୁ ୨୦ ଦିନ ମଧ୍ୟରେ ଆମଦାନୀ ସୁଧୁରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories